ଅଡ଼ୁଆରୁ ମୁକୁଳିବା ପାଇଁ ଜନସ୍ୱାର୍ଥର ମିଛ ଆନେ୍ଦାଳନ ଡାକରା : ବିଜେପି
ଅଡ଼ୁଆରୁ ମୁକୁଳିବା ପାଇଁ ଜନସ୍ୱାର୍ଥର ମିଛ ଆନେ୍ଦାଳନ ଡାକରା : ବିଜେପି
admin
Feb 15, 2021 - 08:00
Updated: Feb 15, 2021 - 08:00
ଭୁବନେଶ୍ୱର: ଆଜି ତୈଳ ଓ ଗ୍ୟାସ ଦର ବୃଦ୍ଧି ସମେତ ବିଭିନ୍ନ ଦାବିକୁ ନେଇ ସାରା ରାଜ୍ୟରେ କଂଗ୍ରେସ ବନ୍ଦ ପାଳନ ହେଉଛି । ଏହି ବନ୍ଦ ପାଳନ ସକାଳ ସକାଳ ୭ଟାରୁ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମୋଟ ୬ ଘଣ୍ଟା ଜାରି ରହିବ । ଏନେଇ ବିଭିନ୍ନ ସହରରେ କଂଗ୍ରେସ କର୍ମୀ ରାସ୍ତା ଓ ରେଳରୋକ କରିଛନ୍ତି । ରାଜଧାନୀର ବିଭିନ୍ନ ସ୍ଥାନରେ ମଧ୍ୟ କଂଗ୍ରେସ କର୍ମୀ ପିକେଟିଂ କରିଛନ୍ତି ।
ତେବେ କଂଗ୍ରେସର ଏହି ବନ୍ଦ ଡାକରାକୁ ରାଜ୍ୟ ବିଜେପି ପକ୍ଷରୁ ସମାଲୋଚନା କରାଯାଇଛି । କଂଗ୍ରେସ ଜନସ୍ୱାର୍ଥର ମିଛ ଆନେ୍ଦାଳନ ଡାକରା ଦେଇଛି ବୋଲି ବିଜେପି କହିଛି । କଂଗ୍ରେସ ରାଜନୈତିକ ଦଳଭାବେ ନିନ୍ଦିତ ଅବସ୍ଥାରେ ରହିବା ଓ ଅଡ଼ୁଆରୁ ମୁକୁଳିବା ପାଇଁ ଜନସ୍ୱାର୍ଥର ମିଛ ଆନେ୍ଦାଳନ ଡାକରା ଦେଇଛି ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି ।
ଏହା ପୂର୍ବରୁ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ, ରାଜ୍ୟରେ କଂଗ୍ରେସର ଭୋଟହାର କମିଛି । କଂଗ୍ରେସର ବିପର୍ଯ୍ୟୟ ହୋଇଛି । ସେସବୁ ଉପରୁ ନଜର ହଟାଇବାକୁ କଂଗ୍ରେସ ବନ୍ଦ ପାଳନ କରୁଛି । ତେଲ ଦର ବୃଦ୍ଧି ପରିବହନ ଓ ବିଶୋଧନ ଉପରେ ନିର୍ଭର କରେ । କେନ୍ଦ୍ର ନେଉଥିବା ଟିକସ ଜନକଲ୍ୟାଣ କାର୍ଯ୍ୟରେ ଲାଗୁଛି । ସୁଇସ ବ୍ୟାଙ୍କକୁ ଯାଉନି । ତାର ହିସାବ ଆମେ ଲୋକଲୋଚନକୁ ଆଣିବାକୁ ଚାହୁଁଛୁ । ରାଜ୍ୟ ଭାଟ କମାନ୍ତୁ ବୋଲି ଲେଖାଶ୍ରୀ କହିଥିଲେ ।