ବନବିଭାଗ ହେପାଜତରେ ମୃତ୍ୟୁ

ବନବିଭାଗ ହେପାଜତରେ ମୃତ୍ୟୁ

ବନବିଭାଗ ହେପାଜତରେ ମୃତ୍ୟୁ
ବାଲୁଗାଁ : କାଠଚୋର ସନ୍ଦେହରେ ଅଟକ ରହିଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।ମୃତକ ଜଣକ ନୟାଗଡ ଜିଲ୍ଲା ଶରଣକୂଳ ନିକଟ ଗୋଲଗାଁର ବଳଭଦ୍ର ବେହେରା ବୋଲି ଜଣାପଡିଛି । ଗତକାଲି ରାତିରେ ବନ ବିଭାଗର ପାଟ୍ରୋଲିଂ ବେଳେ ଧରାପଡିଥିଲେ। ଟାମଣା ପାହାଡରୁ ଧରି ବନ ବିଭାଗ କର୍ମଚାରୀ ବିଟ୍‌ ହାଉସ୍‌ ନେଇଥିଲେ । କୌଣସି କାରଣରୁ ଅସୁସ୍ଥ ହେବା ପରେ ହସ୍ପିଟାଲରେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କର ମୃତ୍ୟକୁ ନେଇ ବାଣପୁର ମେଡ଼ିକାଲରେ ମୃତକଙ୍କ ପରିବାର ଲୋକେ ପାଟି ତୁଣ୍ଡ କରିଛନ୍ତି । ବନବିଭାଗର କର୍ମଚାରୀ ପିଟିପିଟି ମାରି ଦେଇଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏହି ମୃତ୍ୟକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।