ଭଲ ଖବର :ଆଉ ୨୭୯୬ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ

ଭଲ ଖବର :ଆଉ ୨୭୯୬ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ

ଭଲ ଖବର :ଆଉ ୨୭୯୬ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ବର: ଆଜି ରାଜ୍ୟରୁ ୨୭୯୬ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୮୨ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୭୯ ଜଣ, ଯାଜପୁରରୁ ୧୪୮, ଅନୁଗୁଳରୁ ୧୩୫, ପୁରୀରୁ ୧୨୭ ଜଣ, ନବରଙ୍ଗପୁରରୁ ୧୨୦, ବଲାଙ୍ଗିରରୁ ୧୦୭ଜଣ, ସମ୍ବଲପୁରରୁ ୧୦୬ ଜଣ, କେନ୍ଦ୍ରାପଡାରୁ ୧୦୨ ଜଣ, ବରଗଡ ଓ ନୂଆପଡାରୁ ୯୭ ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରୁ ୯୬ଜଣ, ସୁନ୍ଦରଗଡରୁ ୭୭ଜଣ, କଳାହାଣ୍ଡିରୁ ୭୬ ଜଣ, ବାଲେଶ୍ବରରୁ ୭୫ ଜଣ, ସୋନପୁରରୁ ୭୧ ଜଣ, ଜଗତସିଂହପୁରରୁ ୫୨ ଜଣ, କନ୍ଧମାଳରୁ ୫୦ ଜଣ, କୋରାପୁଟରୁ ୪୭ ଜଣ, ଭଦ୍ରକରୁ ୪୨ ଜଣ, କେଉଁଝରରୁ ୪୧ ଜଣ, ମାଲ୍‌କାନଗିରିରୁ ୪୧ ଜଣ, ନୟାଗଡରୁ ୩୭ ଜଣ, ଗଞ୍ଜାମରୁ ଚ୩୪ ଜଣ, ଢେଙ୍କାନାଳରୁ ୩୩ ଜଣ, ଝାରସୁଗୁଡାରୁ ୩୧ ଜଣ, ଦେବଗଡରୁ ୧୭ ଜଣ, ଗଜପତିରୁ ୧୭ ଜଣ, ବୌଦ୍ଧରୁ ୫ ଜଣ, ରାୟଗଡରୁ ୪ ଜଣ ଓ ଷ୍ଟେଟ ପୁଲରୁ ୧୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ମୋଟ ୨ ଲକ୍ଷ ୩୨ ହଜାର ୯୮୮ ଜଣ ସୁସ୍ଥ ହୋଇଘରକୁ ଫେରିଛନ୍ତି।