ବସ୍ ଓଲଟିବାରୁ ୫ ମୃତ, ୩୦ ଯାତ୍ରୀ ଆହତ
ବସ୍ ଓଲଟିବାରୁ ୫ ମୃତ, ୩୦ ଯାତ୍ରୀ ଆହତ
ମାଲକାନଗିରି : ଆଜି ଭୋରରୁ ଏକ ଦୁବଖଦ ଘଟଣା ଘଟିଯାଇଛି । ବସ୍ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିବାରୁ ୫ଜଣ ଯାତ୍ରୀଙ୍କ ମୃତୁ୍ୟ ଘଟିଥିବା ବେଳେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ । ଆହତମାନଙ୍କୁ ଭଦ୍ରାଚଳମ ଚିକିସôାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି ।
ସୂଚନା ଅନୁସାରେ ଆଜି ଭୋରରୁ ଯାତ୍ରୀବାହୀ ବସ୍ଟି ୪୦ ଜଣ ଯାତ୍ରୀଙ୍କୁ ନେଇ ବିଜୟୱାଡାରୁ ଭବାନୀପାଟଣାକୁ ଅଭିମୁଖେ ଆସୁଥିଲା । ଏହି ସମୟରେ ବୋଡୁଗୁଡ଼ମ୍ ନିକଟରେ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ଓ ଆନ୍ଧ୍ର ପୁଲିସ ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ଚିକିସôାଧୀନ ଅବସ୍ଥାରେ ୨ଜଣଙ୍କ ମୃତୁ୍ୟ ଘଟିଥିଲା । ଅନ୍ୟ ଯାତ୍ରୀମାନେ ଡାକ୍ତରଖାନାରେ ଚିକିସôାଧୀନ ଅଛନ୍ତି । ବସ୍ଟି ଦ୍ରୁତ ଗତିରେ ଆସିଥିବାରୁ ଏପରି ଦୁର୍ଘଟଣା ଘଟିଥିବା ଯାତ୍ରୀମାନେ କହିଛନ୍ତି । ଆନ୍ଧ୍ର ପୁଲିସ ଘଟଣାସ୍ଥଳରେ ପହଂଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଛି ।




admin 