ବାଇଗଣ ଖାଆନ୍ତୁ , ଏହିସବୁ ସମସ୍ୟାରୁ ମୁକ୍ତି ପାଆନ୍ତୁ

ବାଇଗଣ ଖାଆନ୍ତୁ , ଏହିସବୁ ସମସ୍ୟାରୁ ମୁକ୍ତି ପାଆନ୍ତୁ

ବାଇଗଣ ଖାଆନ୍ତୁ , ଏହିସବୁ ସମସ୍ୟାରୁ ମୁକ୍ତି ପାଆନ୍ତୁ

ଭୁବନେଶ୍ୱର: ଆମ ଭାରତୀୟ ଜଳବାୟୁରେ ବାଇଗଣ ପରିବା ଭଲଭାବେ ଫଳିଥାଏ  । ଏହି ପରିବାଟି ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥିବା ବେଳେ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ  । ବାଇଗଣରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଥିବା ବେଳେ ଅନ୍ୟାନ୍ୟ ଫାଇବର ଓ ପୋଷକତିତ୍ତ୍ୱ ମଧ୍ୟ ରହିଛି  ।

ବାଇଗଣ ନିୟମିତ ଭାବେ ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହ ଏହା ସହଜରେ ହଜମ ହୋଇଥାଏ  । ବାଇଗଣରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ବ୍ୟଞ୍ଜନ ବାରମ୍ବାର ଗରମ କରି ଖାଇଲେ ମଧ୍ୟ ତାହା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହେଉନଥିବାର ଖାଦ୍ୟ ବିଶେଷଜ୍ଞଙ୍କ ମତ  ।

ଏହି ପରିବାରେ ମହଜୁଦ୍ ଥିବା ପୋଷକତତ୍ତ୍ୱ କର୍କଟ ହେବାର ଆଶଙ୍କା କମ୍ କରେ  । ଏକ ଗବେଷଣାରୁ ଜଣାପଡ଼ିଛି ଯେ ନିୟମିତ ଭାବେ ବାଇଗଣ ବ୍ୟଞ୍ଜନ ଖାଉଥିବା ଲୋକଙ୍କଠାରେ କର୍କଟ ହେବାର ଆଶଙ୍କା ୫୦%ରୁ କମ୍ ଥାଏ  ।


ମଧୁମେହ ରୋଗୀଙ୍କ ନିମନ୍ତେ ଏହା ଏକ ଉକôୃଷ୍ଟ ପରିବା  । ଏହି ପରିବା ଖାଇଲେ ସେମାନଙ୍କ ରକ୍ତ ଶର୍କରା ନିୟନ୍ତ୍ରିତ ରହିଥାଏ । ଉଚ୍ଚରକ୍ତଚାପ ରୋଗୀଙ୍କ ପାଇଁ ବାଇଗଣ ବ୍ୟଞ୍ଜନ ମଧ୍ୟ ଉତ୍ତମ ପ୍ରଭାବ ପକାଉଥିବା ଜଣାପଡିଛି । ହୃଦରୋଗର ଆଶଙ୍କା ମଧ୍ୟ ଏହି ପରିବା ଖାଇଲେ କମ୍ ହେଉଥିବାର ଖାଦ୍ୟ ବିଶେଷଜ୍ଞଙ୍କ ମତ।ଆଣ୍ଠୁଗଣ୍ଠି ବିନ୍ଧା ହେଉଥିବା ରୋଗୀ ନିୟମିତ ଭାବେ ବାଇଗଣ ବ୍ୟଞ୍ଜନ ଖାଇବା ଖୁବ୍ ଉପକାରୀ  । ପ୍ରତ୍ୟହ ସେମାନେ ଏହା ଖାଇଲେ ହାଡ଼ ଓ ଗଣ୍ଠିକୁ ଶକ୍ତି ମିଳିଥାଏ  ।