ବାରରେ ବାଉନ୍ସର ମନା
ବାରରେ ବାଉନ୍ସର ମନା
ଭୁବନେଶ୍ୱର: ବାରରେ ଆଉ ରହିବେନି ବାଉନ୍ସର । ବିଶୃଙ୍ଖଳା ରୋକିବାକୁ ବାରରେ ମୁତୟନ ହେଉଥିବା ବାଉନ୍ସର ଅନେକ ସମୟରେ ଆଇନ ହାତକୁ ନେଇ ଲୋକଙ୍କୁ ମାରପିଟ କରିବା ସହ ଉପôାତ କରୁଥିବାରୁ କମିଶନରେଟ ପୁଲିସ ଏମିତି ନୂଆ ଗାଇଡଲାଇନ ଜାରି କରିଛି ।
ଏହି ଗାଇଡଲାଇନ ଜାରି କରିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ତେବେ କ’ଣ ଏହି ଗାଇଡଲାଇନ ଆସନ୍ତୁ ଜାଣିବା-
- କୌଣସି ବାର ଘରୋଇ ସୁରକ୍ଷା କର୍ମୀ “ବାଉନସର’ ରଖିପାରିବେନି
- କେବଳ ରେଜଷ୍ଟ୍ରିଭୁକ୍ତ ଘରୋଇ ସିକୁ୍ୟରିଟି ସଂସ୍ଥାରୁ ସୁରକ୍ଷା କର୍ମୀ ରଖିପାରିବେ
- କେଉଁମାନଙ୍କୁ ସୁରକ୍ଷା କର୍ମୀଭାବେ ରଖିଛନ୍ତି, ଥାନାରେ ବାର ମାଲିକ ଜଣାଇବେ
- କୌଣସି ପରିସ୍ଥିତିରେ ଗ୍ରାହକଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ କରିପାରିବେନି ସୁରକ୍ଷା କର୍ମୀ
- କିଛି ଆବଶ୍ୟକ ହେଲେ ପୁଲିସକୁ ଜଣାଇବାକୁ ସୁରକ୍ଷାକର୍ମୀଙ୍କୁ ନିଦେ୍ର୍ଧଶ