ବାସନ ମଜାରୁ ବଲିଉଡ ଯାତ୍ରା : ଜାଣନ୍ତୁ ରୋନିତ ରାୟଙ୍କ ସଂଘର୍ଷର କାହାଣୀ

ବାସନ ମଜାରୁ ବଲିଉଡ ଯାତ୍ରା : ଜାଣନ୍ତୁ ରୋନିତ ରାୟଙ୍କ ସଂଘର୍ଷର କାହାଣୀ

ବାସନ ମଜାରୁ ବଲିଉଡ ଯାତ୍ରା : ଜାଣନ୍ତୁ ରୋନିତ ରାୟଙ୍କ ସଂଘର୍ଷର କାହାଣୀ
ଛୋଟ ପରଦା ସହ ଚଳଚ୍ଚିତ୍ର କ୍ଷେତ୍ରରେ ମଧ୍ୟ ଖ୍ୟାତି ଅର୍ଜନ କରିଥିବା ଅଭିନେତା ହେଲେ ରୋନିତ ରାୟ । ତାଙ୍କ ଭାଇ ରୋହିତ ରାୟ ମଧ୍ୟ ଅଭିନୟ କ୍ଷେତ୍ରରେ ବେଶ ପରିଚିତ । ନିକଟରେ ୫୫ ବର୍ଷରେ ପାଦ ଦେଇଥିବା ରୋନିତ ସଫଳତା ପାଇବା ପୂର୍ବରୁ କମ ସଂଘର୍ଷ କରିନାହାନ୍ତି । ତାଙ୍କୁ ବାସନ ମାଜିବାକୁ ବି ପଡ଼ିଛି । ଅହମ୍ମଦାବାଦରେ ପାଠ ପଢ଼ିବା ପରେ ରୋନିତ ହୋଟେଲ ମ୍ୟାନେଜମେଣ୍ଟ ପଢ଼ିଥିଲେ । ତେବେ ଅଭିନୟ ପ୍ରତି ତାଙ୍କର ଖୁବ ଆଗ୍ରହ ଥିଲା । ଏହା ପରେ ସେ ମୁମ୍ବାଇ ଆସି ସୁଭାଷ ଘାଇଙ୍କ ଘରେ ରହିବାକୁ ଲାଗିଲେ । ସୁଭାଷ ତାଙ୍କୁ ବୁଝାଇଥିଲେ, ଚଳଚ୍ଚିତ୍ର କ୍ଷେତ୍ରରେ କାମ ପାଇବା ଏତେ ସହଜ ନୁହେଁ । ତେଣୁ ରୋଜଗାର ପାଇଁ ରୋନିତ ମୁମ୍ବାଇର ‘ସି ରକ’ ହୋଟେଲରେ ଟ୍ରେନି ଭାବେ କାମ କଲେ । ସେଠାରେ ତାଙ୍କୁ ବାସନ ମାଜିବାଠାରୁ ଟେବୁଲ ସଫା କରିବା ପର୍ଯ୍ୟନ୍ତ ସବୁ କାମ କରିବାକୁ ହେଉଥିଲା । ୧୯୯୨ ରେ ‘ଜାନ ତେରେ ନାମ’ରେ ସେ ମୁଖ୍ୟ ଭୂମିକାରେ ଅଭିନୟ କଲେ । ତେବେ ଚଳଚ୍ଚିତ୍ର କ୍ଷେତ୍ରରେ ସେପରି ଆଗେଇ ପାରିଲେ ନାହିଁ । ତେଣୁ ଛୋଟ ପରଦାକୁ ଆସି ପ୍ରଥମେ କମାଲ ଧାରାବାହିକରେ ଅଭିନୟ କଲେ । ଏହା ପରେ ସଫଳତାର ପାହାଚ ଚଢ଼ିବା ଆରମ୍ଭ କଲେ ସେ । ଏକଦା କପୁରଙ୍କ ଧାରାବାହିକ କସୌଟି ଜିନ୍ଦଗୀ କେରେ ମିଷ୍ଟର ବଜାଜ ଭୂମିକାରେ ଅଭିନୟ କରିଥିଲେ । ଯାହା ତାଙ୍କୁ ବେଶ ଲୋକପି୍ରୟ କରିପାରିଲା ।