ତବୁ ଏବେ ବି ଅବିବାହିତା ପଛରେ କିଏ ଦାୟୀ, ଜାଣନ୍ତୁ
ତବୁ ଏବେ ବି ଅବିବାହିତା ପଛରେ କିଏ ଦାୟୀ, ଜାଣନ୍ତୁ
admin
May 5, 2021 - 06:05
Updated: May 5, 2021 - 06:05
ବଲିଉଡରରେ ୪୦ ବର୍ଷ ଧରି ନିଜ ଅଭିନୟ ଯାତ୍ରାକୁ ବେଶ ସଫଳତାର ସହ ଆଗକୁ ନେଇଥିବା ତବୁ କିନ୍ତୁ ବାସ୍ତବ ଜୀବନରେ ଏକା । ଅଭିନୟରେ ସଫଳତା ଉପରେ ସଫଳତାର ପାହାଚ ଚଢ଼ି ଚାଲିଥିବା ଏହି ଅଭିନେତ୍ରିଙ୍କ ନାମ ଅନେକ ଅଭିନେତାଙ୍କ ସହ ଯୋଡ଼ି ହୋଇଥିଲେ ବି ସେ କାହାରିକୁ ସାଥୀ ନ କରି ଏକା ରହିବାକୁ ପସନ୍ଦ କରିଛନ୍ତି । ଏଣୁ ଆଜି ଯାଏ ଅବିବାହିତ ରହିଛନ୍ତି । ଏଥିପାଇଁ ସେ ଅନେକ ସମୟରେ ସେ ନିଜ ପ୍ରିୟ ବନ୍ଧୁ ତଥା ସୁପରଷ୍ଟାର ଅଜୟ ଦେବଗନଙ୍କୁ ଦାୟୀ କରନ୍ତି । ତବୁ ବିଭିନ୍ନ ସାକ୍ଷାତକାରରେ କହିଛନ୍ତି ଅଜୟ ଓ ସେ ପିଲା ବେଳୁ ସାଙ୍ଗ । ତବୁଙ୍କ ସମ୍ପର୍କୀୟ ସମୀର ଆଚାର୍ଯ୍ୟଙ୍କର ପଡେ଼ାଶୀ ହେଉଛନ୍ତି ଅଜୟ ଦେବଗନ । ସେମାନେ ୩ ଜଣ ଏକାଠି ପାଠ ପଢ଼ୁଥିଲେ । ତବୁ ଖୁବ ସୁନ୍ଦର ଥିବାରୁ ସ୍କୁଲ ଓ କଲେଜରେ ଅନେକ ପୁଅ ତାଙ୍କୁ ପସନ୍ଦ କରୁଥିଲେ । ସେମାନଙ୍କ ଭିତରୁ ତବଙ୍କ ସହ କେହି କଥାବାର୍ତ୍ତା କଲେ ଅଜୟ ଦେବଗନ ଓ ସମୀର ସେମାନଙ୍କୁ ମାରପିଟ କରୁଥିଲେ । ପାଠ ପଢ଼ିବା ସମୟରେ ସମୀର ଓ ଅଜୟ ଗୁଣ୍ଡା ଭଳି ହେଉଥିଲେ । ସମସ୍ତେ ତାଙ୍କୁ ଭୟ କରୁଥିଲେ । ଏହି କାରଣରୁ ତବୁଙ୍କ ସହ କୌଣସି ପୁଅ କଥାବାର୍ତ୍ତା କରିବା ପାଇଁ ଭୟ କରୁଥିଲେ । ୧୯୭୦ରେ ଜନ୍ମ ହୋଇଥିବା ତବୁ ଏବେ ୫୦ ବର୍ଷରେ ପଦାର୍ପଣ କରିଛନ୍ତି । ସେ ସଫଳ ହୋଇଥିଲେ ବି ବିବାହ କରି ନଥିବାରୁ ଚିନ୍ତିତ ନୁହନ୍ତି । ପିଲାବେଳେ ବିଭିନ୍ନ ସିନେମାରେ ଅଭିନୟ କରିଥିବାୁ ତବୁ ଏବେ ଏକାକୀ ରହିବାକୁ ହିଁ ପସନ୍ଦ କରୁଛନ୍ତି ।