ମାଲକାନଗିରି କାଲିମେଳା ମୋଟୁରେ ଏବେ ଶିକ୍ଷକ ଓ ଅଧ୍ୟାପକ ସୀମା ଜଗିବେ

ମାଲକାନଗିରି କାଲିମେଳା ମୋଟୁରେ ଏବେ ଶିକ୍ଷକ ଓ ଅଧ୍ୟାପକ ସୀମା ଜଗିବେ

ମାଲକାନଗିରି କାଲିମେଳା ମୋଟୁରେ ଏବେ ଶିକ୍ଷକ ଓ ଅଧ୍ୟାପକ ସୀମା ଜଗିବେ
ମାଲକାନଗିରି: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହା ଭିତରେ ଏକ ବଡ଼ଖବର ସାମନାକୁ ଆସିଛି । ତାହା ହେଲା ମାଲକାନଗିରି କାଲିମେଳା ମୋଟୁରେ ଏବେ ଶିକ୍ଷକ ଓ ଅଧ୍ୟାପକ ସୀମା ଜଗିବେ । ୮ଟି ସ୍କୁଲର ଶିକ୍ଷକ ଓ ୭ଟି କଲେଜର ଅଧ୍ୟାପକଙ୍କୁ ସୀମା ଜଗିବା ପାଇଁ ଦାୟିତ୍ୱ ଦିଆଯାଇଛି । ମୋଟୁ ତହସିଲଦାରଙ୍କ ତତ୍ତ୍ୱାବଧାନରେ ସମ୍ପୃକ୍ତ ଶିକ୍ଷକ ଓ ଅଧ୍ୟାପକ ବର୍ଡର ଜଗିବେ । ତୁରନ୍ତ କାର୍ଯ୍ୟରେ ନିୟୋଜିତ ପାଇଁ ପ୍ରଧାନଶିକ୍ଷକମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ବର୍ଡର ଦେଇ ମାଲକାନଗିରିକୁ ଆସୁଥିବା ପ୍ରବାସୀଙ୍କୁ ଶିକ୍ଷକମାନେ ଚେକିଂ କରିବେ । ତେବେ କାର୍ଯ୍ୟରେ ଅବହେଳା କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଡିଓ ନିଦେ୍ର୍ଧଶ ଦେଇଛନ୍ତି । ପ୍ରକାଶ ଯେ, ଆନ୍ଧ୍ର ଷ୍ଟ୍ରେନକୁ ନେଇ ଓଡ଼ିଶାରେ ବିପଦ ଘନେଇଛି । ବିଶେଷ କରି ଆନ୍ଧ୍ର ଓ ତେଲେଙ୍ଗାନାକୁ ଲାଗି ଥିବା ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲା ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି, ଆନ୍ଧ୍ର ଓ ତେଲେଙ୍ଗାନାରୁ ଓଡ଼ିଶା ଆସିଲେ ଏଣିକି ୧୪ ଦିନ ବାଧ୍ୟତାମୂଳକ ସରକାରୀ କେନ୍ଦ୍ରରେ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ୪୮ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ କିମ୍ବା ଦୁଇ ଡୋଜ ଟିକାକରଣ ପ୍ରମାଣପତ୍ର ଥିଲେ ଘରେ ୭ ଦିନ କ୍ୱାରେଣ୍ଟାଇନରେ ରହିବାକୁ ହେବ । ଏଥିରେ ଖିଲାପ କଲେ ୭ଦିନ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିବାକୁ ପଡ଼ିବ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ପଡ଼ୋଶୀ ଆନ୍ଧ୍ର ଓ ତେଲେଙ୍ଗାନାକୁ ଲାଗି ଥିବା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ସମସ୍ତ ସୀମାନ୍ତ ରାସ୍ତାରେ ଚେକ୍‌ ପୋଷ୍ଟ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପଡ଼ୋଶୀ ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟରୁ ଯେ କୌଣସି ଗାଡ଼ିରେ (ଦୁଇ ଚକିଆ, ୩ଚକିଆ ୪ ଚକିଆ ଓ ଟ୍ରେନ) ଆସୁଥିବା ଲୋକଙ୍କୁ ଚିହ୍ନଟ କରି ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ ସରକାରୀ କେନ୍ଦ୍ରରେ । ଜିଲ୍ଲା ପ୍ରଶାସନ ସେମାନଙ୍କ ପାଖରେ ସବୁ ସୁବିଧା ପହଞ୍ଚାଇବ । ଏହି ଦୁଇ ରାଜ୍ୟରୁ ଯେଉଁମାନେ ଅନ୍ୟ ରାଜ୍ୟକୁ ଯାଉଥିବେ, ସେମାନେ ଓଡ଼ିଶାରେ ଆଦୌ ନ ରୋକି ନିଜ ଗନ୍ତବ୍ୟ ସ୍ଥଳରେ ଯାଇପାରିବେ ।