ବିଜେଡି ବିଧାୟକ ଦଳ ବୈଠକରେ ଦାବି, ନିୟମିତ ବିଧାନସଭା ଆସ, ଆଲୋଚନାରେ ଭାଗ ନିଅ

ବିଜେଡି ବିଧାୟକ ଦଳ ବୈଠକରେ ଦାବି, ନିୟମିତ ବିଧାନସଭା ଆସ, ଆଲୋଚନାରେ ଭାଗ ନିଅ

ଭୁବନେଶ୍ୱର: ଆଗକୁ ପୌର ଭୋଟ ଅଛି । ପ୍ରକଳ୍ପ ବ୍ୟୟ ବରାଦ ମଧ୍ୟ ବଢ଼ି ଚାଲିଛି । ଯାହା ହାତ ପାଣ୍ଠି ଅଛି ତାହା ନିଅଣ୍ଟ ପଡୁଛି । ଆମକୁ କଲେଜ ପରିଚାଳନା କମିଟିରୁ ହଟେଇଲଣି । ସବୁ ଦିଗକୁ ଆପଣ ବିଚାର କରନ୍ତୁ । ଆମ ବିଧାୟକ ହାତପାଣ୍ଠିକୁ ୨ କୋଟି କରନ୍ତୁ । ବିଜେଡି ବିଧାୟକ ଦଳ ବୈଠକରେ କିଛି ବରିଷ୍ଠ ବିଧାୟକ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏ ଅନୁରୋଧକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରି ବିଧାୟକ ହାତ ପାଣ୍ଠିକୁ ୨ କୋଟି ଟଙ୍କାକୁ ବୃଦ୍ଧି କରିପାରନ୍ତି ବୋଲି ସୂଚନା ମିଳିଛି । ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ କହିଛନ୍ତି ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଆମେ ଗୃହରେ ଆଲୋଚନା କରିବାକୁ ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ବଜେଟ ଅଧିବେଶନ ପୂର୍ବରୁ ସନ୍ଧ୍ୟାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା । ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏ ଅଧିବେଶନରେ ରାଜ୍ୟର ମୌଳିକ ସମସ୍ୟା ପ୍ରସଙ୍ଗରେ ଆଲୋଚନା ହେବ ।