ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଯୁକ୍ତ କଲା ପ୍ରଭାରୀ

ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଯୁକ୍ତ କଲା ପ୍ରଭାରୀ

ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଯୁକ୍ତ କଲା ପ୍ରଭାରୀ
ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ନିମନ୍ତେ ବିଜେପି ଏହାର ରାଜ୍ୟ ନିର୍ବାଚନ ପ୍ରଭାରୀମାନଙ୍କ ନାମ ଘୋଷଣା କରିଛି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାୱଦେକର ଏବଂ ନରେନ୍ଦ୍ର ତୋମାରଙ୍କୁ ଯଥାକ୍ରମେ ଦିଲ୍ଲୀ ଏବଂ ହରିୟାଣାରେ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ବରିଷ୍ଠ ବିପେି ନେତା ଓପି ମଥୁରଙ୍କୁ ଝାଡ଼ଖଣ୍ଡର ପ୍ରଭାରୀ ନିଯୁକ୍ତି କରାଯାଇଥିବା ବେଳେ ଭୂପେନ୍ଦର ଯାଦବଙ୍କୁ ମହାରାଷ୍ଟ୍ରର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ହରିଆଣା, ମହାରାଷ୍ଟ ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦିଲ୍ଲୀରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ହେବ । ବର୍ତ୍ତମାନ ସୁଦ୍ଧା ଏସବୁ ରାଜ୍ୟ ପାଇଁ ନିର୍ବାଚନ ତାରଖି ଘୋଷଣା କରାଯାଇନାହିଁ ।