ମୋ ପାଇଁ ବିଜେପିର ଲାଭ ହୋଇଛି : ଦାମ

ମୋ ପାଇଁ ବିଜେପିର ଲାଭ ହୋଇଛି : ଦାମ

ମୋ ପାଇଁ ବିଜେପିର ଲାଭ ହୋଇଛି : ଦାମ
ଭୁବନେଶ୍ୱର: ସବୁବେଳେ କିଛି ନା କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ବରିଷ୍ଠ ନେତା ଡା. ଦାମୋଦର ରାଉତ ଏକ ପୁଣି ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ କହିଛନ୍ତି ଯେ, ମୁଁ ବିଜେପିରେ ଯୋଗଦେବା ପରେ ଦଳରେ ଲାଭ ହୋଇଛି । କିଛି କ୍ଷତି ହୋଇନାହିଁ । ବିଜେଡିରୁ ବହିଷ୍କାର ହେବା ପରେ ସେ ବିଜେପିରେ ଯୋଗଦେଲେ । ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସାମାଜିକ ସଂଗଠନ ଦ୍ୱାରା ଆୟୋଜିତ ବୈଠକରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ । ଫଳ ସ୍ୱରୂପ ଏହାର ଫାଇଦା ବିଜେପି ନେଇଛି ବୋଲି ସେ କହିଛନ୍ତି । ମୋତେ ମୋ ନିର୍ବାଚନ ମଣ୍ଡଳୀର ଲୋକେ ଗ୍ରହଣ କରିନାହାନ୍ତି ସତ, କିନ୍ତୁ ରାଜ୍ୟର ଯେଉଁ ଯେଉଁ ଅଂଚଳ ବୁଲିଛି ସେଠାରେ ଲୋକେ ମୋତେ ଗ୍ରହଣ କରିଛନ୍ତି । ଯେଉଁଥିପାଇଁ ବିଜେପି ବିଧାନସଭାରେ ୧୦ରୁ ୨୩ ହୋଇଛି ଓ ପାର୍ଲାମେଂଟରେ ୧ରୁ ୮ ହୋଇଛି । ମୋ ପରିଶ୍ରମର ଫଳ ଦଳକୁ ମିଳିଛି, କିନ୍ତୁ ମୋତେ ମୋ ନିର୍ବାଚନ ମଣ୍ଡଳୀରେ ମିଳିନାହିଁ । ତେବେ ୨୦୨୪ ବେଳକୁ ଦଳ ଯଦି ପରିଶ୍ରମ କରେ ତେବେ ବିଜେଡି ଓ କଂଗ୍ରେସକୁ ଟକ୍କର ଦେଇପାରିବ । ବର୍ତମାନ ମୁଁ ଭାରତୀୟ ଜନତା ପାର୍ଟିର ଜଣେ ଆଗଧାଡ଼ିର ସଭ୍ୟ ବୋଲି କହିଛନ୍ତି ।