ବିହାର ନିର୍ବାଚନ : ୯ ବିଦ୍ରୋହୀଙ୍କୁ ନିଲମ୍ବନ କଲା ବିଜେପି

ବିହାର ନିର୍ବାଚନ : ୯ ବିଦ୍ରୋହୀଙ୍କୁ ନିଲମ୍ବନ କଲା ବିଜେପି

ବିହାର ନିର୍ବାଚନ : ୯ ବିଦ୍ରୋହୀଙ୍କୁ ନିଲମ୍ବନ କଲା ବିଜେପି
ପାଟନା : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଛାଡିଥିବା ୯ ଜଣ ବିଦ୍ରୋହୀଙ୍କୁ ନିଲମ୍ବନ କରିଛି ବିଜେପି । ଏହି ସଦସ୍ୟ ମାନେ ବିଜେପି ଛାଡି ଏଲଜେପି ଆସନରୁ ନିର୍ବାଚନ ଲଢୁଥିଲେ । ନିକଟରେ ଚିରାଗ ଏନଡିଏରୁ ଅଲଗା ହୋଇଥିଲେ ମାତ୍ର ବିଜେପି ପ୍ରତି ନିଜର ସମର୍ଥନ ଜାହିର କରିଥିଲେ । ଏହି ପ୍ରାର୍ଥୀମାନଙ୍କୁ ୧୨ ତାରିଖ ସୁଦ୍ଧା ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ସମୟ ଦିଆଯାଇଥିଲା । ମାତ୍ର ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କରିବାରୁ ସୋମବାର ରାତିରେ ବିଜେପି ରାଜ୍ୟ ସଭାପତି ସଞ୍ଜୟ ଜୟସ୍ୱାଲ ସମସ୍ତଙ୍କୁ ନିଲମ୍ବନ କରିଛନ୍ତି । ସମସ୍ତ ସଦସ୍ୟଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବନ କରାଯାଇଛି । ନିଲମ୍ବିତ ସଦସ୍ୟଙ୍କ ମଧ୍ୟରେ ଏକାଧିକ ବିଧାୟକ ଏବଂ ପୂର୍ବତନ ବିଧାୟକ ରହିଛନ୍ତି । ନିଲମ୍ବିତ ସଦସ୍ୟଙ୍କ ମଧ୍ୟରେ ରବୀନ୍ଦ୍ର ଯାଦବ, ରାମେଶ୍ୱର ଚୌରାସିଆ, ରାଜେନ୍ଦ୍ର ସିଂ, ଅଜୟ ପ୍ରତାପ, ଜୟ କୁମାର ସିଂ,ଉଷା ବିଦ୍ୟାର୍ଥୀ, ମୃଣାଳ ଶେଖର, ଶ୍ୱେତା ସିଂ ଏବଂ ଇନ୍ଦୁ କଶ୍ୟପ ରହିଛନ୍ତି । କେବଳ ଅଜୟ ପ୍ରତାପଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରାଯାଇଥିବା ବେଳେ ଅନ୍ୟ ୮ ଜଣଙ୍କୁ ଏଲଜେପି ଆସନରୁ ଲଢିବା କାରଣରୁ ନିଲମ୍ବନ କରାଯାଇଛି ।