ବୁଧବାର ଠାରୁ ସାରା ଓଡ଼ିଶା ଲକଡାଉନ

ବୁଧବାର ଠାରୁ ସାରା ଓଡ଼ିଶା ଲକଡାଉନ

ଭୁବନେଶ୍ୱର : ବୁଧବାର ଠାରୁ ସାରା ଓଡ଼ିଶା ରହିବ ଲକ ଡାଉନ । ଘରୁ ବାହାରକୁ ବାହାରିବା ଉପରେ ଲାଗିବ କଟକଣା । କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ପ୍ରଥମେ ୫ ଜିଲ୍ଲା ଓ ୮ ସହରକୁ ଲକ ଡାଉନ ଘୋଷଣା କରାଯାଇଥିଲା । ତେବେ ଗତକାଲି ଲକ ଡାଉନ ଜିଲ୍ଲା ସଂଖ୍ୟା ୧୪କୁ ବୃଦ୍ଧି ପାଇଲା ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । କିନ୍ତୁ ଆଜି ସାରା ରାଜ୍ୟରେ ଏହା ଲାଗୁ ହେବବୋଲି କୁହାଯାଇଛି । ମଙ୍ଗଳବାର ମଧ୍ୟରାତ୍ରରୁ ଏହା ଲାଗୁ ହେବବୋଲି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।