କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା ।

କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା ।

କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା ।
କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । କରୋନା ନେଇ ସାରା ଓଡିଶାରେ ମଧ୍ୟ ରାତ୍ରୀରୁ ମାର୍ଚ୍ଚ ୨୯ ତାରିଖ ଯାଏଁ ରାଜ୍ୟର ୩୦ଟି ଜିଲ୍ଲାରେ ତାଲା ବନ୍ଦ ପାଳନ କରାଯିବ । ଏନେଇ ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି । ଆଜି ରାତି ୧୨ଟାରୁ ରାଜ୍ୟର ସମସ୍ତ ଜିଲ୍ଲା ତଥା ୩୦ଟି ଜିଲ୍ଲାକୁ ଆସନ୍ତା ୨୯ ତାରିଖ ଯାଏଁ ସଂପୂର୍ଣ୍ଣ ରୂପେ ଲକ୍ ଡାଉନ ଘୋଷଣା କରାଯାଇଛି । ଲକ୍ ଡାଉନକୁ କଡାକଡି କରିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି । ତେବେ ଆଜି ସଂଧ୍ୟା ସୁଦ୍ଧା ଏସସି ଏବଂ ଏସଟି ପିଲାଙ୍କୁ ସ୍ଥାନାନ୍ତରଣ କରାଯିବା ନେଇ ସୂଚନା ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର । ତାଲା ବନ୍ଦ କଟକଣା ସତ୍ୱେ ଅତ୍ୟାବଶୀୟ ସାମଗ୍ରୀ ଦୋକାନ ଓ ଜରୁରୀ ସେବା ଖୋଲା ରହିବ । ଅତି ଆବଶ୍ୟକ ନପଡ଼ିଲେ ଘରୁ ନ ବାହାରିବାକୁ କଡ଼ା ନିୟମ କରାଯାଇଛି । ସେହିପରି ଡାକ୍ତରଖାନା , ଡାକ୍ତରୀ ପରୀ କ୍ଷା କେନ୍ଦ୍ର, ଔଷଧ ଦୋକାନ, ପୋଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ , ବିଦ୍ୟୁତ ପାଣି ଏବଂ କୋରନା ପାଇଁ କାମ କରିଥିବା ସଂସ୍ଥାମାନଙ୍କ ସେବା ଚାଲୁ ରହିବ । ବ୍ୟାଙ୍କ, ଏଟିଏମ, ପେଟ୍ରୋଲ ପମ୍ପ ଖୋଲା ରହିବା ନେଇ ଘୋଷଣା କରାଯାଇଛି । ତେବେ ରାଜ୍ୟ ସରକାର ଏମିତି କରିବାର କାରଣ ରାଜ୍ୟବାସୀଙ୍କୁ ଭୂତାଣୁ ଠାରୁ ଦୂରେଇ ରଖିବା । ଏବଂ ସାମଜିକ ଦୂରତା ରକ୍ଷା କରିବା ପାଇଁ ଏଭଳି ଏକ ନିଷ୍ପତି ହୋଇଛି । ରାଜ୍ୟବାସୀ ଏହାକୁ ମାନି ନିଜକୁ ସୁରକ୍ଷିତ ରଖିବା ସହ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି କରୋନା ମୁଖପାତ୍ର ସୁବ୍ରତ ବାଗଚୀ ।