ବୃଦ୍ଧ ଦମ୍ପତିଙ୍କୁ ଗଳା କାଟି ହତ୍ୟା କରିଛନ୍ତି ଦୁର୍ବୁତ

ବୃଦ୍ଧ ଦମ୍ପତିଙ୍କୁ ଗଳା କାଟି ହତ୍ୟା କରିଛନ୍ତି ଦୁର୍ବୁତ

ବୃଦ୍ଧ ଦମ୍ପତିଙ୍କୁ ଗଳା କାଟି ହତ୍ୟା କରିଛନ୍ତି ଦୁର୍ବୁତ
କଟକ – ବିଳମ୍ବିତ ରାତିରେ କଟକ ମଧୁପାଟଣା ଥାନା ବେଲେଶ୍ୱର ଗାଁରେ ଘଟିଛି ଡବଲ ମର୍ଡର । ରକ୍ତ ଡୁଡୁବୁଡୁ ଅବସ୍ଥାରେ ବୃଦ୍ଧ ଦମ୍ପତିଙ୍କ ମୃତଦେହକୁ ପୁଲିସ ଜବତ କରିଛି । ଏକ ଧାରୁଆ ଅସ୍ତ୍ରରେ ବୃଦ୍ଧ ଦମ୍ପତିଙ୍କୁ ଗଳା କାଟି ହତ୍ୟା କରାଯାଇଛି । ପୁଲିସ ସୁଚନା ମୁତାବକ ଦମ୍ପତିଙ୍କ ଝିଅ ରାତିରେ ଫୋନ କରିଥିଲେ । ବାରମ୍ବାର ଫୋନ କରିବା ପରେ କେହି ଫୋନ ନଉଠାଇବାରୁ ପଡୋଶୀଙ୍କୁ ଏ ବିଷୟରେ ଜଣାଇଥିଲେ । ପଡୋଶୀ ଯାଇ ଦେଖିବା ଘଟଣା ସଂମ୍ପର୍କରେ ଥାନାକୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ଡିସିପିଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚିବା ପରେମୃତଦେହ ଜବତ କରିବା ସହ ଘରଟିକୁ ସିଲ କରିଛନ୍ତି । ଚୋରୀ କିମ୍ବା ଡକାୟତ ସନେ୍ଦହରେ ଏଭଳି ମର୍ମନ୍ତୁଦ ହତ୍ୟା ଘଟିଥିବା ଡିସିପି ପ୍ରକାଶ କରିଛନ୍ତି । ଆଜି ସକାଳେ ୪ଜଣିଆ ଫୋରେନସିକ୍ ଟିମ ସହ ଡଗ୍ ସ୍କାଡ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।