ବୈଜ୍ଞାନିକଙ୍କ ମନୋବଳ ବଢାଇଲେ ମୋଦି

ବୈଜ୍ଞାନିକଙ୍କ ମନୋବଳ ବଢାଇଲେ ମୋଦି

ବୈଜ୍ଞାନିକଙ୍କ ମନୋବଳ ବଢାଇଲେ ମୋଦି
ବେଙ୍ଗାଲୁରୁ: ଇସ୍ରୋର ଚନ୍ଦ୍ରଯାନ-୨ ମିଶନ ସଫଳ ହେବା ପୂର୍ବରୁ ବିକ୍ରମ ଲ୍ୟାଣ୍ଡର ସହିତ ଇସ୍ରୋର ବୈଜ୍ଞାନିକମାନଙ୍କ ସହିତ ଯୋଗାଯୋଗ ଛିନ୍ନ ହୋଇଯାଇଛି। ଏହାପରେ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ସେଣ୍ଟରରୁ ବୈଜ୍ଞାନିକଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଚନ୍ଦ୍ରଯାନ -୨ ର ଲ୍ୟାଣ୍ଡର ବିକ୍ରମ ଶୁକ୍ରବାର-ଶନିବାର ରାତ୍ରଠାରୁ ସଂପର୍କ ଚ୍ଛିନ୍ନ ହେବା ପରେ ଇସ୍ରୋରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ବୈଜ୍ଞାନିକଙ୍କ ସାହାସକୁ ବଢାଇବା ପାଇଁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଇସ୍ରୋ ବୈଜ୍ଞାନିକଙ୍କୁ କହିଛନ୍ତି, ବିକ୍ରମ ଲ୍ୟାଣ୍ଡର ସହିତ ସଂପର୍କ ଛିନ୍ନ ହୋଇାଇଥିଲା, ମୁଁ ସେହି ଦୃଶ୍ୟ ଦେଖୁଥିଲି। ଆପଣମାନେ ଭାରତମାତାର ମସ୍ତକ ଉଚ୍ଚରେ ରଖିବାକୁ କାମ କରୁଛନ୍ତି। ଆପଣମାନେ କିଛି ରାତି ଶୋଇ ନାହାନ୍ତି। ଯଦିଓ କିଛି ଅସୁବିଧା ହୋଇଛି, ତଥାପି ଆମେ ଏଥିରେ ଭାଙ୍ଗିପଡ଼ିବା ନାହିଁ। ବରଂ ଏହି ଅଭିଯାନକୁ ଆହୁରି ମଜବୁତ କରିବାକୁ ହେବ। ବୈଜ୍ଞାନିକମାନେ ବିଫଳ ହୋଇ ନାହାନ୍ତି ବରଂ ସେମାନେ ଅଧିକ ଗବେଷଣା ପାଇଁ ସୁଯୋଗ ପାଇଛନ୍ତି। ଏହା ଏକ ଦଳଗତ କାର୍ଯ୍ୟ, ଯେଉଁଥିପାଇଁ ଟିମ ବହୁ ପରିଶ୍ରମ କରିଛନ୍ତି। ଭାରତକୁ କେହି ଅଟକାଇ ପାରିବେ ନାହିଁ। ଭାରତ ନିଜ ମିଶନରେ ଆଗକୁ ବଢ଼ିବ ବୋଲି ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି , ଜୀବନରେ ଉତଥାନ-ପତନର ଧାରା ଲାଗିରହିବ। ଇସ୍ରୋ ଯାହା କରିଦେଖାଇଛି ତାହା କୌଣସି ସରଳ କାମ ନୁହେଁ ଏଥିପାଇଁ ସାରା ଦେଶ ଇସ୍ରୋ ଉପରେ ଗର୍ବାନ୍ୱିତ। ପୁନଃ ସଂପର୍କ ଯଦି ଯୋଡି ହେଉଛି ତେବେ ଏବେ ବି ଚମତ୍କାରର ଆଶା କରାଯାଉଛି। ମୋ ତରଫରୁ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଉଛି। ଇସ୍ରୋ ବୈଜ୍ଞାନିକମାନେ ବିଜ୍ଞାନ ଏବଂ ମାନବ ଜାତିର ବହୁତ ବଡ ସେବା କରିଛନ୍ତି। ଏଥିପାଇଁ ମୁଁ ଆପଣଙ୍କ ସାଙ୍ଗରେ ରହିଛି। ସାହସର ସହ ଆଗକୁ ଚାଲନ୍ତୁ ବୋଲି ମୋଦି କହିଛନ୍ତି।