ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀ ଯାତ୍ରା
ଗଞ୍ଜାମ, - ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ପାଇଁ ଆଜି ବିଳମ୍ବିତ ରାତିରେ ଶୁଭ ଖୁଂଟି ସ୍ଥାପନ କରାଯିବ । ଏହି ଅବସରରେ ଏକ ବିରାଟ ପଟୁଆରରେ ଘଂଟ ଘଂଟା ମୃଦଙ୍ଗର ତାଳେ ତାଳେ ଶୁଭଖୁଂଟିକୁ ଠାକୁରାଣୀଙ୍କ ମନ୍ଦିରରୁ ଅଣାଯାଇ ଦେଶୀ ବେହେରା ସାହି ସ୍ଥିତ ଠାକୁରାଣୀଙ୍କ ବାପାଘର ସମ୍ମୁଖରେ ସ୍ଥାପନ କରାଯିବ । ଆସନ୍ତା କାଲି ଠାରୁ ଏଠାରେ ନିର୍ମିତ ଏକ ଅସ୍ଥାୟୀ ମନ୍ଦିରରେ ମା’ ଙ୍କର ଯଥାବିଧି ପୂଜାର୍ଚ୍ଚନା କରାଯିବ । ଜ୍ୟୋତିଷଙ୍କ ଗଣନା ଅନୁସାରେ ମା’ ବୁଢ଼ୀ ଠାକୁରାଣୀ ଆସନ୍ତା ପହିଲାରୁ ମଇ ୨ ତାରିଖ ପର୍ଯ୍ୟନ୍ତ ଏହି ଅସ୍ଥାୟୀ ମନ୍ଦିରରେ ତଥା ବାପା ଘରକୁ ଆସି ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ । ଏହି ଉପଲକ୍ଷେ ଏଠାରେ ମାସ ବ୍ୟାପୀ ଯାତ୍ରା ଉତ୍ସବ ଅନୁଷ୍ଠିତ ହେବ । ଠାକୁରାଣୀ ଯାତ୍ରା ପାଇଁ ଜିଲ୍ଲାବାସୀ ବେଶ୍ ଉତ୍ସାହିତ ଅଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରତି ଦୁଇ ବର୍ଷରେ ଥରେ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ ।