ସିଝୁଛି ଓଡିଶା

ସିଝୁଛି ଓଡିଶା

ସିଝୁଛି ଓଡିଶା
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ସକାଳ ୯ଟାରୁ ଟାଇଁଟାଇଁ ଖରା । ଯୁଆଡେ ଗଲେ ଦେହରୁ ଗମଗମ୍ ଝାଳ ବାହାରୁଛି । ସାରା ଓଡିଶା ପାଲଟିଛି ଉତ୍ତପ୍ତ ପିଣ୍ଡୁଳା । ତତଲା ତାୱାରେ ଭାଜି ହେଉଛି ପଶ୍ଚିମ ଓଡିଶା । ସବୁଠି ଲୋକେ ଆଉଟୁପାଉଟୁ ହେଉଛନ୍ତି । ସନ୍ଧ୍ୟା ପର୍ଯ୍ୟନ୍ତ ନିସ୍ତାର ମିଳୁନି । ମଧ୍ୟାହ୍ନ ବେଳକୁ ରାସ୍ତାଘାଟ ଏକ ପ୍ରକାର ଶୁନଶାନ ହୋଇଯାଉଛି । ଗତକାଲି ରାଜ୍ୟର ୫ଟି ସହରର ତାପମାତ୍ରା ୪୫ଡିଗ୍ରି ଉପରେ ଓ ୧୪ଟି ସହରର ତାପମାତ୍ରା ୪୦ଡିଗ୍ରି ଉପରେ ରହିଥିଲା । ଟିଟିଲାଗଡ ଦେଶର ଦ୍ୱିତୀୟ ତତଲା ସହର ଭାବେ ପରିଗଣିତ ହୋଇଛି । ଏହାର ତାପମାତ୍ରା ୪୬.୩ଡିଗ୍ରୀ ରେକର୍ଡ କରାଯାଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଟିଟିଲାଗଡ,ବଲାଙ୍ଗୀର, ତାଳଚେର ତାପମାତ୍ରା ୪୭ଡିଗ୍ରି ଟପିବାର ସମ୍ଭାବନା ରହିଛି । ଆସନ୍ତା ୩ଦିନ ମଧ୍ୟରେ ଭୁବନେଶ୍ବର, ନୟାଗଡ ବାରିପଦାରେ ତାପମାତ୍ରା ୪୦ ଡିଗ୍ରି ଟପିରବାର ସମ୍ଭାବନା ରହିଛି । ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୨୮ ଯାଏ ୯ଟି ଜିଲ୍ଲା ପାଇଁ ହିଟୱେଭ ୱାର୍ଣ୍ଣିଂ ଜାରି ହୋଇଛି । ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୋଳ, ସୋନପୁର, ବଲାଙ୍ଗିର, ନୂଆପଡା ପାଇଁ ହିଟୱେଭ୍ ୱାର୍ଣ୍ଣିଂକେନ୍ଦୁଝର, ମୟୁରଭଞ୍ଜ, ଗଜପତି, ଗଞ୍ଜାମ, ରାୟଗଡା, କନ୍ଧମାଳ ଜିଲ୍ଲା ପାଇଁ କାଳବୈଶାଖୀ ସମ୍ଭାବନା ରହିଛି ।