ବ୍ରହ୍ମାସ୍ତ୍ର, ଶାହରୁଖଙ୍କ ଭୂମିକାକୁ ଭାବି କାହାଣୀ ଲେଖିଥିଲେ ଆୟନ

ବ୍ରହ୍ମାସ୍ତ୍ର, ଶାହରୁଖଙ୍କ ଭୂମିକାକୁ ଭାବି କାହାଣୀ ଲେଖିଥିଲେ ଆୟନ

ବ୍ରହ୍ମାସ୍ତ୍ର, ଶାହରୁଖଙ୍କ ଭୂମିକାକୁ ଭାବି କାହାଣୀ ଲେଖିଥିଲେ ଆୟନ

ଚଳିତ ବର୍ଷର ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ମୁକ୍ତିଲାଭ କରିଛି । ଭିନ୍ନଭିନ୍ନ ପ୍ରତିକ୍ରିୟା ଶୁଣିବାକୁ ମିଳୁଛି । ଏଥିରେ କିଙ୍ଗ କାନ ଶାହରୁଖ୍ ଅତିଥି କଳାକାର ଭୂମିକାରେ ଦେଖାଦେଇଛନ୍ତି । ଚଳଚ୍ଚିତ୍ର ମୁକ୍ତିଲାଭ ପରେ ଦର୍ଶକ ମହଲ ଶାହରୁଖଙ୍କୁ ବ୍ରହ୍ମାସ୍ତ୍ରରେ ଦେଖି ଅଧିକ ଖୁସି ହୋଇଛନ୍ତି । ଚଳଚ୍ଚିତ୍ର ନିଦେ୍ର୍ଧଶକ ଅୟନ ମୁଖାର୍ଜୀ କହିଛନ୍ତି, ୨୦୦୪ରେ ସ୍ୱଦେଶ ଚଳଚ୍ଚିତ୍ରରେ ସେ ସହନିଦେ୍ର୍ଧଶକ ଭାବେ କାମ କରୁଥିଲେ ।

ସେବେଠାରୁ ସେ ସ୍ଥିର କରିଥିଲେ ଯେ ନିଜ ନିଦେ୍ର୍ଧଶିତ ପ୍ରଥମ ଚଳଚ୍ଚିତ୍ରରେ ଶାହରୁଖ ସାରଙ୍କ ପାଇଁ ଭୂମିକାଟେ ନିଶ୍ଚୟ ରଖିବେ । ୨୦୦୯ରେ ବ୍ରହ୍ମାସ୍ତ୍ରର କାହାଣୀ ଅୟାନ ଲେଖିବାକୁ ଆରମ୍ଭ କଲେ ୨୦୧୯ରେ ସୁଟିଂ ଆରମ୍ଭ ହେଲା । ବ୍ରହ୍ମାସ୍ତ୍ରର କାହାଣୀ ସେ ଶାହରୁଖଙ୍କୁ ଶୁଣାଇବା ପରେ କିଙ୍ଗ ଖାନ୍ ସମ୍ମତି ଜଣାଇଥିଲେ । ଅୟାନ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଶାହରୁଖଙ୍କ ଭୂମିକାକୁ ଭାବି ସେ କାହାଣୀ ଲେଖିବା ଆରମ୍ଭ କରିଥିଲେ ।