ବାବୁସାନକୁ ଅଭିନେତା କରିବାକୁ ଚାହିଁନଥିଲେ ଉତମ ମହାନ୍ତି

ବାବୁସାନକୁ ଅଭିନେତା କରିବାକୁ ଚାହିଁନଥିଲେ ଉତମ ମହାନ୍ତି

ବାବୁସାନକୁ ଅଭିନେତା କରିବାକୁ ଚାହିଁନଥିଲେ ଉତମ ମହାନ୍ତି

ଓଡ଼ିଶା ଚଳଚ୍ଚିତ୍ର ଜଗତର ସବୁଠାରୁ ସଫଳ ବାପା ପୁଅଙ୍କ ଯୋଡ଼ି ହେଉଛି ଉତ୍ତମ ମହାନ୍ତି ଓ ବାବୁସାନ । ଉଭୟ ନିଜ ନିଜ ସମୟରେ ଦର୍ଶକଙ୍କ ହୃଦୟରେ ରାଜୁତି କରିଛନ୍ତି । ହେଲେ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବାବୁସାନଙ୍କୁ ଅଭିନେତା କରିବାକୁ ଉଭୟ ଉତ୍ତମ ଓ ଅପରାଜିତା ଚାହିଁନଥିଲେ । ଉତ୍ତମ କହିଛନ୍ତି, ବାବୁସାନ ପିଲା ଦିନୁ ଭଲ ଗୀତ ଗାଏ । ତାକୁ ବିଧିବଦ୍ଧ ଗୀତ ଶିକ୍ଷା ଦେବା ସହ ଆଗଧାଡିର ସଙ୍ଗୀତଜ୍ଞ କରିବାର ସ୍ୱପ୍ନ ଆମେ ଦେଖିଥିଲୁ । ସେ ବି ଦୁଇ ଦୁଇ ଥର ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । କିନ୍ତୁ ବିଧିର ବିଧାନ ଅଲଗା ଥିଲା ଓ ସେ ଓଲିଉଡରେ ପ୍ରବେଶ କରିଥିଲା । ଦର୍ଶକ ବି ତାକୁ ଓ ତା ଫିଲ୍ମକୁ ଅଧିକ ପସନ୍ଦ କରିଥିଲେ । ଆଜି ସେ ଇଣ୍ଡଷ୍ଟି୍ରର ଜଣେ ସଫଳ ଅଭିନେତା ହୋଇପାରିଛି । ତାକୁ ଦେଖି ମୋତେ ଭାରି ଗର୍ବ ଲାଗେ । ଗୋଟିଏ ବୋଲି ମୋ ପୁଅ ମୋତେ ସବୁ ସୁଖ ଆଣିଦେଇଛି ବୋଲି ଉତ୍ତମ କହିଛନ୍ତି । ସେହିପରି ବାବୁସାନ କହିଛନ୍ତି, ବାପାଙ୍କ ଭଳି ଅଭିନେତା ତ କେବେ ହୋଇପାରିବି ନାହିଁ । ୧୦୦ ବଙ୍ଗୀୟ ଚଳଚ୍ଚିତ୍ର ସମେତ ୩୦୦ ରୁ ଊଦ୍ଧ୍ୱର୍ ଚଳଚ୍ଚିତ୍ର କରି ଅପ୍ରତିଦ୍ୱନ୍ଦ୍ୱ ନାୟକ । ତାଙ୍କ ଷ୍ଟାଡମ ଏ ପର୍ଯ୍ୟନ୍ତ ଯେ କୌଣସି ଅଭିନେତା ଠାରୁ ବହୁତ ଅଧିକ । ଏଣୁ ସେ ସବୁ ସ୍ପର୍ଶ କରିବାକୁ ମୁଁ ଚାହେଁନା । କିନ୍ତୁ ମୋ ବାବାଙ୍କ ଭଳି ମୁଁ ଜଣେ ସଚ୍ଚୋଟ ଓ ନିଷ୍କପଟ ମଣିଷ ହେବାକୁ ଚେଷ୍ଟା କରିବି ।