ବଢ଼ୁଛି ଋଣଭାର, ଗ୍ରାମାଞ୍ଚଳର ଦୁଇଗୁଣ ସହରାଞ୍ଚଳରେ

ବଢ଼ୁଛି ଋଣଭାର, ଗ୍ରାମାଞ୍ଚଳର ଦୁଇଗୁଣ ସହରାଞ୍ଚଳରେ

ବଢ଼ୁଛି ଋଣଭାର, ଗ୍ରାମାଞ୍ଚଳର ଦୁଇଗୁଣ ସହରାଞ୍ଚଳରେ

ନୂଆଦିଲ୍ଲୀ: ଦେଶରେ ପ୍ରତି ପରିବାର ପିଛା ଋଣ ଭାର ବଢ଼ିବାରେ ଲାଗିଛି। ଗ୍ରାମାଞ୍ଚଳରେ ପ୍ରତି ପରିବାର ପିଛା ଋଣ ରାଶିର ଦୁଇଗଣ ରହିଛି ସହରାଞ୍ଚଳରେ। ଗ୍ରାମାଞ୍ଚଳରେ ପରିବାର ପିଛା ଋଣ ଭାର ପ୍ରାୟ ୬୦ ହଜାର ଟଙ୍କା ରହିଥିବା ବେଳେ ସହରାଞ୍ଚଳରେ ଏହା ଲକ୍ଷେ  ୨୦ ହଜାର ଟଙ୍କା ବୋଲି ଜଣାଯାଇଛି। ଅନ୍ୟପକ୍ଷରେ ଦେଶର ଗ୍ରାମାଞ୍ଚଳରେ ୩୫ ପ୍ରତିଶତ ପରିବାର ମୁଣ୍ଡରେ ଋଣ ରହିଥିବାବେଳେ ସହରାଞ୍ଚଳରେ ୨୨ ପ୍ରତିଶତ ପରିବାର ମୁଣ୍ଡରେ ଋଣ ବୋଝ ରହିଛି ବୋଲି ଜାତୀୟ ପରିସଂଖ୍ୟାନ କାର୍ୟ୍ୟାଳୟ (ଏନଏସଓ) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି। ଦେଶର ଗ୍ରାମାଞ୍ଚଳରେ ଚାଷୀ ପରିବାର ପିଛା ଋଣ ପରିମାଣ ୭୪,୪୬୦ ଟଙ୍କା ରହିଥିବାବେଳେ ଅଣଚାଷୀ ପରିବାର ପିଛା ଋଣ ପରିମାଣ ୪୦, ୪୩୨ ଟଙ୍କା ରହିଛି । ଅନ୍ୟପକ୍ଷରେ ସହରାଞ୍ଚଳରେ ଆତ୍ମନିଯୁକ୍ତ ପରିବାରରେ ଋଣବୋଝ ୧.୮ ଲକ୍ଷ ଟଙ୍କା ରହିଥିବାବେଳେ ଅନ୍ୟ ପରିବାରଗୁଡ଼ିକ ପାଇଁ ଏହା ହାରାହାରି ୯୯୩୫୩ ଟଙ୍କା ରହିଛି । ଗ୍ରାମାଞ୍ଚଳର ଲୋକମାନଙ୍କ ଉପରେ ଯେଉଁ ଆର୍ଥôକ ଋଣ ବୋଝ ରହିଛି ସେଥିରୁ ୩୪ ପ୍ରତିଶତ ଋଣ ଅଣ ଆନୁଷ୍ଠାନିକ ଋଣ ପ୍ରଦାନକାରୀଙ୍କ ଠାରୁ ଆସିଛି । କିନ୍ତୁ ଅନ୍ୟପକ୍ଷରେ ସହଞ୍ଚଳରେ ଅଣ ଋଣ ପ୍ରଦାନକାରୀ ସଂସ୍ଥା ଗୁଡ଼ିକଠାରୁ ମାତ୍ର ୧୩ ପ୍ରତିଶତ ଋଣ ଆସିଛି । ଅର୍ଥାତ ୮୭ ପ୍ରତିଶତ ଋଣ ଆନୁଷ୍ଠାନିକ ଆର୍ଥôକ ପ୍ରତିଷ୍ଠାନଗୁଡ଼ିକରୁ ଆସିଛି । ଗ୍ରାମାଞ୍ଚଳରେ ଚାଷୀ ପରିବାରଗୁଡ଼ିକ ନିକଟରେ ସଂପତ୍ତି ପରିମାଣ ୨୨ ଲକ୍ଷ ଟଙ୍କାର ହୋଇଥିବାବେଳେ ଅଣ ଚାଷୀ ପରିବାରଗୁଡ଼ିକ ନିକଟରେ ସଂପତ୍ତି ପରିମାଣ ୭.୮ ଲକ୍ଷ ଟଙ୍କା ରହିଥିବା ଦର୍ଶାଯାଇଛି । ସେହିଭଳି ସହରାଞ୍ଚଳର ଆତ୍ମନିଯୁକ୍ତ ପରିବାରଗୁଡିକର ହାରାହାରି ସଂପତ୍ତି ୪୧.୫ ଲକ୍ଷ ଟଙ୍କା ହୋଇଥିବା ଅନ୍ୟ ପରିବାରଗୁଡ଼ିକର ହାରାହାରି ସଂପତ୍ତି ରାଶି ୨୨.୧ ଲକ୍ଷ ଟଙ୍କା ରହିଛି ।