ଭଣଜାର ବେକ କାଟିଲା ମାମୁ

ଭଣଜାର ବେକ କାଟିଲା ମାମୁ

ଭଣଜାର ବେକ କାଟିଲା ମାମୁ
ଭୁବନେଶ୍ୱର: ବରମୁଣ୍ଡା ତି୍ରନାଥ ମନ୍ଦିର ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାମୁ ତା ଭଣଜାର ବେକ କାଟି ଦେଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉଭୟ ମାମୁ ଓ ଭଣଜାକୁ ଥାନାକୁ ଆଣିଛି । ମିଳିଥିବା ସୂଚନା ମୁତାବକ, ସକାଳେ ମିରୁଆ ଓ ତା ଭଣଜା ଟୁଲିଆ ମିଶି ମଦ ପିଇଥିଲେ । ଏହା ପରେ ପୂର୍ବ ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଉଭୟଙ୍କ ଭିତରେ ବଚସା ହୋଇଥିଲା । ଏହା ପରେ ମିରୁଆ ପାଖରେ ରଖିଥିବା ଏକ ଛୁରିରେ ଟୁଲିଆର ବେକ କାଟିବାକୁ ଉଦ୍ୟମ କରିଥିଲା । ତେବେ ବେକ ପାଖରେ ସାମାନ୍ୟ ଆଘାତ ହୋଇଥିଲେ ହେଁ ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ହେବାରୁ ପୁଲିସ ଏକ ରାଜିନାମା ଲେଖାଇ ଉଭୟଙ୍କୁ ଛାଡ଼ିଥ୍ôବା ଜଣାପଡ଼ିଛି ।