ଭାଇରାଲ ହେଉଛି ସ୍ମୃତି ଇରାନୀଙ୍କ ‘ଡୋଣ୍ଟ ଆଙ୍ଗ୍ରି ମି’ ଲୁକ୍

ଭାଇରାଲ ହେଉଛି ସ୍ମୃତି ଇରାନୀଙ୍କ ‘ଡୋଣ୍ଟ ଆଙ୍ଗ୍ରି ମି’ ଲୁକ୍

ଭାଇରାଲ ହେଉଛି ସ୍ମୃତି ଇରାନୀଙ୍କ ‘ଡୋଣ୍ଟ ଆଙ୍ଗ୍ରି ମି’ ଲୁକ୍
ନୂଆଦିଲ୍ଲୀ : ବିଜେପି ନେତ୍ରୀ ତଥା ଆମେଥୀରୁ ସାଂସଦ ରହିଥିବା ସ୍ମୃତି ଇରାନୀ ସୋସିଆଲ ମିଡିଆରେ ବେଶ ସକ୍ରିୟ । ନିଜର ସ୍ପଷ୍ଟବାଦିତା ପାଇଁ ଫ୍ୟାନ ମାନଙ୍କ ପାଖରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସ୍ମୃତି ଇରାନୀଙ୍କ ଏକ ଇନଷ୍ଟା ପୋଷ୍ଟ ବେଶ ଭାଇରାଲ ହୋଇଛି । ଦେନ ଭର୍ସେସ ନାଓରେ ସ୍ମୃତି ନିଜର ପିଲାବେଳର ଏକ ଫଟୋ ଏବଂ ବର୍ତ୍ତମାନର ଏକ ଫଟୋ ସେୟାର କରିଛନ୍ତି । ଉଭୟ ଫଟୋରେ ସ୍ମୃତି ରାଗିଥିବା ନଜର ଆସିଛନ୍ତି । ଉଭୟ ଫଟୋରେ ମଧ୍ୟ ସ୍ମୃତିଙ୍କ ଲୁକ ଗୋଟିଏ ପ୍ରକାରର ରହିଛି । ଏହି ଫଟୋରେ ସ୍ମୃତି ଲେଖିଛନ୍ତି ବୟସ ସହିତ ଚେହେରା ବଦଳି ଯାଏ ତେବେ ଅଭ୍ୟାସ ସର୍ବଦା ସମାନ ରହିଥାଏ । ଆମେଥି ସାଂସଦଙ୍କ ଏହି ପୋଷ୍ଟକୁ ପ୍ରାୟ ୫୭ ହଜାର ଲୋକ ଲାଇକ କରି ସାରିଛନ୍ତି ।