ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର
ଢେଙ୍କାନାଳ: ଦୁର୍ନୀତି ବିରୋଧରେ ସରକାର ଜିରୋ ଟୋଲେରାନ୍ସ ନୀତି ଅବଲମ୍ବନ କରୁଥିବାବେଳେ ସରକାରୀ କର୍ମଚାରୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନଥିବା ଦେଖିବାକୁ ମିଳୁଛି । ପୁଣି ଜଣେ ଲାଞ୍ଚୁଆ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଲାଞ୍ଚ ନେଇ ଜଣେ ଅତିରିକ୍ତ ତହସିଲଦାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସେ ହେଉଛନ୍ତି ଢେଙ୍କାନାଳ ସଦର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ । ଜଣେ ପଥର ବ୍ୟବସାୟୀଙ୍କ ଠାରୁ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଶ୍ରୀ ଦଳେଇଙ୍କୁ ଭିଜିଲାନ୍ସ ଧରିଛି । ପଥର ଖଣି ଟ୍ରାଞ୍ଜିଟ ପାସ କରାଇ ଦେବା ପାଇଁ ଶ୍ରୀ ଦଳେଇ ଜଣେ ପଥର ବ୍ୟବସାୟଙ୍କୁ ଲାଞ୍ଚ ମାଗିଥିଲେ । ଏନେଇ ବ୍ୟବସାୟ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ତେବେ ଆଜି ଶ୍ରୀ ଦଳେଇ ଦୋଳମଣ୍ଡପ ସାହିସ୍ଥିତ ଘରେ ଟଙ୍କା ନେଲାବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।