ଭୟଙ୍କର ସମସ୍ୟାରେ ପଡ଼ିପାରନ୍ତି ଏପରି କୋଭିଡ୍ ଆକ୍ରାନ୍ତ, ଚା କପ୍ ଉଠାଇବା ବି କଷ୍ଟ ହୋଇପାରେ

ଭୟଙ୍କର ସମସ୍ୟାରେ ପଡ଼ିପାରନ୍ତି ଏପରି କୋଭିଡ୍ ଆକ୍ରାନ୍ତ, ଚା କପ୍ ଉଠାଇବା ବି କଷ୍ଟ ହୋଇପାରେ

ଭୟଙ୍କର ସମସ୍ୟାରେ ପଡ଼ିପାରନ୍ତି ଏପରି କୋଭିଡ୍ ଆକ୍ରାନ୍ତ, ଚା କପ୍ ଉଠାଇବା ବି କଷ୍ଟ ହୋଇପାରେ

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ମହାମାରୀର ସାମ୍ନା କରୁଛି ।  ଯଦିଓ ଏହାର ଲକ୍ଷଣ ସାଧାରଣ ଫ୍ଲୁ ସହିତ ସମାନ, କିନ୍ତୁ ଏହାର ଗମ୍ଭୀରତା ଅଧିକ ରହିଛି ।  ଏକ ଗବେଷଣା ରିପୋର୍ଟ ଅନୁଯାୟୀ, କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ମଧ୍ୟ କିଛି ବ୍ୟକ୍ତି ଅତ୍ୟଧିକ ଥକ୍କା, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଏବଂ ମାଂସପେଶୀ ଯନ୍ତ୍ରଣା ଭଳି ଲକ୍ଷଣର ସାମ୍ନା ମାସ ମାସ ଧରି କରୁଛନ୍ତି ।  ହେଲେ ଏମାନଙ୍କ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ରହିଛି । ଏହି ଅବସ୍ଥାକୁ ‘ଦୀର୍ଘ ଦିନ ଧରି କୋଭିଡ୍’ ବୋଲି କୁହାଯାଉଛି ଗବେଷଣା ରିପୋର୍ଟ ଅନୁଯାୟୀ ।  ଯେଉଁଥିରେ ସଂକ୍ରମଣରୁ ସୁସ୍ଥ ହେବାର ପ୍ରାୟ ତିନିମାସ ପରେ ମଧ୍ୟ ଏପରି ଲକ୍ଷଣର ସାମ୍ନା କରୁଛନ୍ତି ।  ଏହା ସାଧାରଣତଃ ସେହି ଲୋକମାନଙ୍କଠାରେ ଦେଖାଯାଏ ଯେଉଁମାନେ ଅଧିକ ଦିନ ଧରି କରୋନାରେ ସଂକ୍ରମିତ ହୋଇଥିବେ ।  ଏଭଳି ଏକ ରିପୋର୍ଟ ଅଗଷ୍ଟରେ ପ୍ରକାଶ ପାଇଥିଲା ଯେଉଁଥିରେ କୁହାଯାଇଛି ଯେ କରୋନା ସଂକ୍ରମଣର ରିପୋର୍ଟ ନେଗେଟିଭ୍ ରହିଥିଲେ ମଧ୍ୟ ଥକାପଣ, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଏବଂ ମାଂସପେଶୀ ଯନ୍ତ୍ରଣା ଭଳି ଲକ୍ଷଣ ମାସ ମାସ ଧରି ରହିପାରେ ।  ଏପରିକି ଚା’ କପ୍ ଉଠାଇବା ସମୟରେ ଏପରି ଲୋକଙ୍କ ହାତ ମଧ୍ୟ ଥରିପାରେ ।

ଏବେ ‘ମୀରର’ ନାମକ ଏକ ରିପୋର୍ଟରେ ୨୭ ବର୍ଷ ବୟସ୍କା ଝିଅର ଉଦାହରଣ ଦିଆଯାଇଛି । ଯେଉଁଥିରେ ଉଲ୍ଲେଖ ଅଛି ଯିଏ ସାତ ମାସରୁ ଅଧିକ ସମୟ ଧରି ‘ଲମ୍ୱା କୋଭିଡ’ ଲଢ଼ୁଥିବେ ସେମାନେ ଅତ୍ୟଧିକ ଥକାପଣ ହେତୁ ତାଙ୍କର ଅଧିକାଂଶ ସମୟ ବିଛଣାରେ କଟାଇଥାନ୍ତି ।  ଅଭିନେତ୍ରୀ ରୋସା ଫିସର କରୋନାରୁ ଆରୋଗ୍ୟ ହେବା ପରେ କହିଛନ୍ତି ଯେ, ସେ ସୁସ୍ଥ ହେବା ପରେ ବି ଅଭିନୟ କରିବାରେ ସକ୍ଷମ ନଥିଲେ ।  ଏଥିପାଇଁ ସେ ତାଙ୍କ ବାପମାଆଙ୍କ ସହିତ ଘରକୁ ଫେରି ଆସିଥିଲେ ।  ସେ କୌଣସି କାମ କିମ୍ବା ବ୍ୟାୟାମ କରିବାରେ ସକ୍ଷମ ନୁହନ୍ତି ବୋଲି କହିଛନ୍ତି ।

ସେ କହିଛନ୍ତି ଡାକ୍ତରମାନେ ଏହାର କାରଣ ପ୍ରଥମେ ବୁଝିପାରିନଥିଲେ ।  ଦୀର୍ଘ ଦିନ ଧରି କାହିଁକି ଏହି ଲକ୍ଷଣ ଗୁଡ଼ିକ ରହିଛି ଅନୁଧ୍ୟାନ କରିବା ପରେ ଜଣାପଡ଼ିଛି ବୋଲି ସେ କହିଛନ୍ତି ।  ୭ ମାସ ହାଲୁକା କାମ କରିବା ପରେ ମଧ୍ୟ ସେ ଥକି ଯାଇଛନ୍ତି ବୋଲି କହିଛନ୍ତି ।  ଗାଧୋଇବା ଏବଂ ଡ୍ରେସ ପିନ୍ଧିବା ପରେ ବି ଥକି ଯାଉଥିବା କହିଛନ୍ତି । 

ଅନେକ ଥର ଚା’ କପ୍ ଉଠାଇବାରେ ମଧ୍ୟ ଅସୁବିଧା ହୁଏ ଏବଂ ମାଂସପେଶୀ ଯନ୍ତ୍ରଣା ହୁଏ ବୋଲି କହିଛନ୍ତି ।  ରୋଜାଙ୍କ ଭଳି ସାରା ବିଶ୍ୱରେ ଏପରି ଅନେକ ରୋଗୀ ଅଛନ୍ତି ଯେଉଁମାନେ ‘ଦୀର୍ଘଦିନ ଧରି କୋଭିଡ’ ପରି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ।  ସୁସ୍ଥ ହେବା ପରେ ମଧ୍ୟ ସେମାନେ ଏକ ହ୍ୱିଲ ଚେୟାରରେ ବସି ନିଜର କାର୍ଯ୍ୟକଳାପ କରିବାକୁ ବାଧ୍ୟ ହଉଛନ୍ତି ବୋଲି ଜଣାପଡ଼ିଛି ।