ମାର୍ଚ୍ଚ ୬ ତାରିଖ ଯାଏଁ ଚାଲିବ, କେବଳ ଗଣିତ ପରୀକ୍ଷାରେ ମିଳିବ ଅଧିକ ୧୫ ମିନିଟ୍ 

ମାର୍ଚ୍ଚ ୬ ତାରିଖ ଯାଏଁ ଚାଲିବ, କେବଳ ଗଣିତ ପରୀକ୍ଷାରେ ମିଳିବ ଅଧିକ ୧୫ ମିନିଟ୍ 

ଆସନ୍ତା ଫେବୃଆରୀ ୨୧ ରୁ ମାଟ୍ରିକ ପରୀକ୍ଷା । 
ଉଭୟ ରେଗୁଲାର ଏକ୍ସ ରେଗୁଲାର ପାଇଁ ଅନୁଷ୍ଠିତ ହେବ ପରୀକ୍ଷା । 
ଫ୍ରେବୁଆରୀ ୨୧ରୁ ମାର୍ଚ୍ଚ ୬ ତାରିଖ ପର‌୍ୟ୍ୟନ୍ତ ଚାଲିବ ସମସ୍ତ ପରୀକ୍ଷା । ପ୍ରଥମ ଦିନ ଅର୍ଥାତ ୨୧ ତାରିଖରେ ମାତୃଭାଷା ଓଡ଼ିଆ , ୨୪ ତାରିଖରେ ହେବ ଦ୍ୱିତୀୟ ଭାଷା ଇଂରାଜୀ , ୨୭ ତାରିଖରେ ଗଣିତ , ମାର୍ଚ୍ଚ ୧ରେ ସାଧାରଣ ବିଜ୍ଞାନ , ମାର୍ଚ୍ଚ ୩ ସାମାଜିକ ବିଜ୍ଞାନ , ମାର୍ଚ୍ଚ ୬ରେ ତୃତୀୟ ଭାଷା ହିନ୍ଦୀ କିମ୍ବା ସଂସ୍କୃତ ପରୀକ୍ଷା ।
ପରୀକ୍ଷା ସକାଳ ୯ ରୁ ଆରମ୍ଭ ହୋଇ ୧୧.୩୦ ପର‌୍ୟ୍ୟନ୍ତ ଚାଲିବ । 
କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ । 
ଅର୍ଥାତ ୧୧.୩୦ ପରିବର୍ତେ ୧୧.୪୫ରେ ଶେଷ ହେବ ଗଣିତ ପରୀକ୍ଷା। ଉଭୟ ରେଗୁଲାର ଏକ୍ସ ରେଗୁଲାର ପରୀକ୍ଷା ଗୋଟିଏ ସିଟିଂ ଓ ଗୋଟିଏ ପ୍ରଶ୍ନ ପତ୍ରରେ ହେବ । 
ଏନେଇ ବୋର୍ଡ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।