୭୦ ଲକ୍ଷ ଦର୍ଶକଙ୍କୁ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ, ଲେଜର ଶୋ,ଡ୍ରୋନ୍ ଶୋ, କାଳ୍ପନିକ ଦୁନିଆଁ ଦେଖିବେ ଲୋକେ

୭୦ ଲକ୍ଷ ଦର୍ଶକଙ୍କୁ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ, ଲେଜର ଶୋ,ଡ୍ରୋନ୍ ଶୋ, କାଳ୍ପନିକ ଦୁନିଆଁ ଦେଖିବେ ଲୋକେ

୧ କଟକ ଐତିହାସିକ ବାଲିଯାତ୍ରା ପାଇଁ ଉଠୁଛି ପଡୁଛି ମହାନଦୀ କୂଳ ଉପର ଓ ତଳ ବାଲିଯାତ୍ରା ପଡିଆ। ଆସନ୍ତାକାଲି ସଂଧ୍ୟାରେ ପୂର୍ବ ଭାରତର ସବୁଠୁ ବଡ ଏହି ଐତିହାସିକ ବାଣିଜ୍ୟ ମେଳା ଉଦଘାଟିତ ହେବ। ମୁଖ୍ୟମନ୍ତ୍ରୀ ଏହି ମେଳାକୁ ସଂଧ୍ୟା ୫ ଟାରେ ଉଦଘାଟନ କରିବେ। ଏଥର ଏହି ମେଳାକୁ ଟିକେ ଅନ୍ତର୍ଜାତୀୟ ରୂପ ଦେବା ପାଇଁ ୧୩ ଟି ଦେଶର ରାଷ୍ଟ୍ରଦୂତ ଙ୍କୁ ଅତିଥି ଭାବେ ପ୍ରଶାସନ ଆମନ୍ତ୍ରଣ କରିଛି। ସେମାନେ ସମସ୍ତେ ମହାନଦୀ ସିଲଭର ସିଟି ବୋର୍ଟ କ୍ଲବରୁ ଚାରୋଟି ସୁସଜ୍ଜିତ ବୋର୍ଟରେ ଆସି ଗଡଗଡିଆରେ ଓହ୍ଲାଇବେ। ସେଠାରୁ ଉପର ଓ ତଳ ପଡିଆ ବାଲିଯାତ୍ରା ବୁଲି ଦେଖିବେ। ଏଥି ସହିତ ବାଲିଯାତ୍ରାରେ ଦକ୍ଷିଣ ପୂର୍ବ ଆଠଟି ଦେଶର ଷ୍ଟଲକୁ ନେଇ ଏକ ନୂଆ ପାଭିଲିୟନ ପ୍ରତିଷ୍ଠା ହେବ। ଏହା ଛଡା ୮ ଟି ଦେଶର କଳାକାରମାନେ ପ୍ରତିଦିନ ସଂଧ୍ୟାରେ ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚ ରେ ସେମାନଙ୍କର ନୃତ୍ୟ ଗୀତ ପରିବେଷଣ କରିବେ। 

 ଏଥର ବାଲିଯାତ୍ରା ୧୫ ତାରିଖରୁ ୨୨ ତାରିଖ ପର‌୍ୟ୍ୟନ୍ତ ଆୟୋଜିତ ହେବ। ଏଥି ପାଇଁ ଉପର ଓ ତଳ ପଡିଆ ରେ ୨୫୦୦ ଛୋଟ ବଡ ଷ୍ଟଲ ହୋଇଛି। ଓରମାସ ଓ ଜାତୀୟ ଗାନ୍ଧୀ ଶିଳ୍ପ ବଜାରରେ ବିଭିନ୍ନ ରାଜ୍ୟର ଗ୍ରାମିଣ ତଥା ଘରକରଣା ସାମଗ୍ରୀ ମିଳିବ। ସୁସ୍ବାଦୁ ଖାଦ୍ୟ ଲୋକଙ୍କୁ ପ୍ରରସିବା ପାଇଁ ବିଭିନ୍ନ ରାଜ୍ୟର ଷ୍ଟଲ ହୋଇଛି। ଅନ୍ୟ ପକ୍ଷରେ ନଦୀକୂଳରେ ଏଥର ଲେଜର ସୋ, ଡ୍ରୋନ ସୋ, ୱାଟର ସ୍ପୋର୍ଟସ, କାଇଟ ଫେଷ୍ଟିଭାଲ ହେବ। ଏଥର ଡ୍ରୋନ ସୋ ରେ ୪୦୦ ଡ୍ରୋନ ଭାଗ ନେବେ। ଅନ୍ୟ ପକ୍ଷରେ ବିଭିନ୍ନ ପ୍ରକାର ଦୋଳି ଓ ଅନନ୍ତ ଦୁନିଆ ଭଳି ଖେଳ ଓ କାଳ୍ପନିକ ଦୁନିଆ ବୁଲିବା ପାଇଁ ଦର୍ଶକ ସୁଯୋଗ ପାଇବେ। ୮ ଦିନରେ କିଣାବିକାର ଆସର ସାଙ୍ଗକୁ ବୁଲାବୁଲି ଓ ସୁସ୍ବାଦୁ ଖାଦ୍ୟ ର ମଜ୍ଜା ନେବେ ପ୍ରାୟ ୭୦ ଲକ୍ଷ ଲୋକ।

ବାଳିଯାତ୍ରା ବେଳେ ଉଭୟ ପଡିଆ କୁ ସଫା ସୁତୁରା ଓ ଧୁଳିରୁ ରକ୍ଷା କରିବା ପାଇଁ ଆଜିଠୁ କେମିକାଲ ସ୍ପ୍ରେ ହେବ। ଏଥି ସହିତ ଲୋକଙ୍କ ଶୌଚ ପାଇଁ ୩୮୫ ଟି ମୋବାଇଲ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ୭୦ ପ୍ଲାଟୁନ ଫୋର୍ସ ଉଭୟ ପଡିଆ ଓ ଟ୍ରାଫିକ କାମରେ ନିୟୋଜିତ ହେବେ।