ମହାରଥୀଙ୍କୁ ମିଳିବନି ୭ଦିନ ପର୍ଯ୍ୟନ୍ତ ଜାମିନ

ମହାରଥୀଙ୍କୁ ମିଳିବନି ୭ଦିନ ପର୍ଯ୍ୟନ୍ତ ଜାମିନ

ମହାରଥୀଙ୍କୁ ମିଳିବନି ୭ଦିନ ପର୍ଯ୍ୟନ୍ତ ଜାମିନ
ଭୁବନେଶ୍ୱର: ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଥିବାବେଳେ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଲାଗିଛି ଜୋରଦାର ଝଟକା । ରବିବାର ସନ୍ଧ୍ୟାରେ ତାଙ୍କ ଫାର୍ମ ହାଉସରେ ଫ୍ଲାଇଙ୍ଗ ସ୍କ୍ୱାର୍ଡର ମାଜିଷ୍ଟ୍ରେଟ ରବୀନ୍ଦ୍ର ନାରାୟଣ ପାତ୍ର ଏବଂ ୨ ସହଯୋଗୀଙ୍କ ଉପରେ ପ୍ରଦୀପ ମହାରଥୀଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଆକ୍ରମଣରେ ରବୀନ୍ଦ୍ର ନାରାୟଣ ପାତ୍ର ଆହତ ହୋଇଥିଲେ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଂଗ୍ରେସ ଓ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ପ୍ରଦୀପ ମହାରଥୀଙ୍କ ଗିରଫ ଦାବି କରିଥିଲେ । ପ୍ରଦୀପଙ୍କୁ ଯେଉଁସବୁ ସଂଗୀନ ଦଫାରେ ଗିରଫ କରାଯାଇଛି ସେଥିରୁ ସ୍ପଷ୍ଟ ଯେ, ତାଙ୍କୁ ଅନ୍ୟୂନ ୭ ଦିନ ପର୍ଯ୍ୟନ୍ତ ଜାମିନ ମିଳିବା ସମ୍ଭବ ନୁହେଁ ବୋଲି ବରିଷ୍ଠ ଆଇନଜୀବୀ ବନବିହାରୀ ମହାନ୍ତି କହିଛନ୍ତି । ତାଙ୍କ ବିରୋଧରେ ଲାଗିଥିବା ବିଭିନ୍ନ ଦଫା ମଧ୍ୟରେ ୩୦୭ ଦଫା ମଧ୍ୟ ରହିଛି । ୩୦୭ ଦଫା ହେଉଛି ହତ୍ୟା ଉଦ୍ୟମ । ସେହିଭଳି ୩୩୩ ଦଫା ଅର୍ଥାତ ସରକାରୀ କର୍ମଚାରୀ ଦାୟିତ୍ୱ ସମ୍ପାଦନା କଲାବେଳେ ତାଙ୍କ ଉପରେ ଆକ୍ରମଣ । ଉଭୟ ଦଫା ହେଉଛି ଜାମିନ ବିହୀନ ଦଫା । ତେଣୁ ଆସନ୍ତାକାଲି ପିପିଲିରେ ନିର୍ବାଚନ ଚାଲିଥିବାବେଳେ ପ୍ରଦୀପ ମହାରଥୀ ଥିବେ ଜେଲର ଚାରି କାନ୍ଥ ଭିତରେ । ପ୍ରଦୀପ ମହାରଥୀଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଆଇନର ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯ଏବଂ ଜନପ୍ରତିନିଧିଆ ଆଇନର ୧୭୨, ୧୭୪, ୧୮୬ , ୨୩, ୧୭୧(ବି) ଧାରାରେ ମାମଲା ରୁଜ୍ଜୁ ହୋଇଛି ।