ମାଆ ଥିଲେ ପୁଅ ଦୁନିଆ ଡରେନି : ପ୍ରତିଭା

ମାଆ ଥିଲେ ପୁଅ ଦୁନିଆ ଡରେନି : ପ୍ରତିଭା

ମାଆ ଥିଲେ ପୁଅ ଦୁନିଆ ଡରେନି : ପ୍ରତିଭା
ଭୁବନେଶ୍ୱର: ପୁଅ ରୁଦ୍ରକୁ ଟିକେଟ ମିଳିବା ପରେ ମାଆ ପ୍ରତିଭା ପ୍ରତିକ୍ରି୍ରୟା ଦେଇଛନ୍ତି । ଶ୍ରୀମତୀ ପ୍ରତିଭା ମହାରଥୀ କହିଛନ୍ତି ଯେ, ବାପା ଥିଲେ ପୁଅ ସଭାରେ ହାରେନି , ମାଆ ଥିଲେ ପୁଅ ଦୁନିଆ ଡରେନି । ରୁଦ୍ର ସହ ସହାନୁଭୂତି, ଆଶୀର୍ବାଦ ରହିଛି; ନିଶ୍ଚୟ ଜିତିବ । ମୋ ପରିବାର ଭିତରେ ପୂରା ଏକତା ରହିଛି ବୋଲି ପ୍ରତିଭା କହିଛନ୍ତି । ପ୍ରକାଶ ଯେ, ପିପିଲିରୁ ବିଜେଡି ପ୍ରାର୍ଥୀ କିଏ ହେବେ? ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ନା ପୁତ୍ର ରୁଦ୍ର ପ୍ରତାପ ମହାରଥୀ? ଏହାକୁ ନେଇ ଗତ କିଛି ଦିନ ହେଲା ଚାଲିଥିବା ଚର୍ଚ୍ଚାରେ ଶୁକ୍ରବାର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ରୁଦ୍ର ପ୍ରତାପ ମହାରଥୀଙ୍କ ଉପରେ ଭରସା କରି ନବୀନ ପଟ୍ଟନାୟକ ଶୁକ୍ରବାର ତାଙ୍କୁ ବିଜେଡି ପ୍ରାର୍ଥୀଭାବେ ଘୋଷଣା କରିଥିଲେ । ତେବେ ରବିବାର ନବୀନ ନିବାସ ଯାଇ ରୁଦ୍ର ବିଜେଡି ଟିକେଟ ଆଣିଛନ୍ତି । ପିପିଲି ଉପନିର୍ବାଚନ ନିମନ୍ତେ ପ୍ରାର୍ଥୀ ହେବା ପରେ ରୁଦ୍ର ପ୍ରଥମ ଥର ନବୀନଙ୍କୁ ଭେଟିଛନ୍ତି । ଭଉଣୀ ପଲ୍ଲବୀ ଓ ଭିଣୋଇ ଅଦେ୍ର୍ଧନ୍ଦୁଙ୍କ ସହ ଯାଇ ଟିକେଟ ଆଣିଥିବା ଜଣାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ତାଙ୍କ ପତ୍ନୀ ଅଧ୍ୟାପିକା ପ୍ରତିଭା ମହାରଥୀ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ବିଜେଡି ଟିକେଟ୍‌ ପାଇଁ ସେ ଆଶାୟୀ ଅଛନ୍ତି ବୋଲି ମଧ୍ୟ କୁହାଯାଉଥିଲା ।ଆହୁରି ବି ଟିକେଟ୍‌ ପାଇଁ ମହାରଥୀ ପରିବାରରେ କନ୍ଦଳ ସୃଷ୍ଟି ହୋଇଥିବା ସମ୍ପର୍କରେ ମଧ୍ୟ ଚର୍ଚ୍ଚା ଚାଲିଥିଲା ।