ପିପିଲି ଉପନିର୍ବାଚନ : କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେଲେ ଅଜିତ ମଙ୍ଗରାଜ

ପିପିଲି ଉପନିର୍ବାଚନ : କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେଲେ ଅଜିତ ମଙ୍ଗରାଜ

ପିପିଲି ଉପନିର୍ବାଚନ : କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେଲେ ଅଜିତ ମଙ୍ଗରାଜ
ଭୁବନେଶ୍ୱର: ପିପିଲି ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେଲେ ଅଜିତ ମଙ୍ଗରାଜ । ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରିଛି । ୨୦୧୯ ରେ ସାଧାରଣ ନିର୍ବାଚନ ଶ୍ରୀ ମଙ୍ଗରାଜ ଲଢିଥିଲେ । ଏଥର ଉପନିର୍ବାଚନ ଲଢିବେ ଅଜିତ । ଆସନ୍ତା ମଙ୍ଗଳବାର ଦିନ ନାମାଙ୍କନ ଭରିବେ ବୋଲି ସୂଚନା ମିଳିଛି । ବିଜେପି ଓ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ କଂଗ୍ରେସ ଆଜି ପ୍ରାର୍ଥୀ ଘୋଷଣା କରିଛି । ଅଜିତ ମଙ୍ଗରାଜ, ପୂର୍ଣ୍ଣ ସ୍ୱାଇଁ ଓ ନିଶିକାନ୍ତ ମିଶ୍ରଙ୍କ ଭିତରୁ ଜଣେ ପ୍ରାର୍ଥୀ ହେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା । ସେହିପରି ତିନି ଜଣଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ହେବେ ବୋଲି ପିପିସି ନିରଂଜନ ପଟ୍ଟନାୟକ ପୂର୍ବରୁ କହିଥିଲେ । ପ୍ରକାଶ ଯେ, ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପାଇଥିଲା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମଙ୍ଗଳବାରଠାରୁ ପ୍ରାର୍ଥୀନାମାଙ୍କନ ଦାଖଲ କରିପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ମାର୍ଚ୍ଚ ୩୦ ତାରିଖ ନାମାଙ୍କନର ଶେଷ ଦିନ। ସେହିପରି ମାର୍ଚ୍ଚ ୩୧ ତାରିଖରେ ହେବ ନାମାଙ୍କନପତ୍ର ଯାଞ୍ଚ। ଏପ୍ରିଲ ୩ ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ। ତେବେ ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ।