IIT ଅରୁଗୁଳରେ ୧୦ ଜଣ ଛାତ୍ର ପଜିଟିଭ ଚିହ୍ନଟ

IIT ଅରୁଗୁଳରେ ୧୦ ଜଣ ଛାତ୍ର ପଜିଟିଭ ଚିହ୍ନଟ

IIT ଅରୁଗୁଳରେ ୧୦ ଜଣ ଛାତ୍ର ପଜିଟିଭ ଚିହ୍ନଟ
ଖୋର୍ଦ୍ଧା: ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଅରୁଗୁଳ ଆଇଆଇଟିରେ ୧୦ ଜଣ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ୪୦ ଜଣ ଛାତ୍ରଙ୍କ ଆରଟିପିସିଆର ଟେଷ୍ଟ କରାଯାଇଥିଲା, ରିପୋର୍ଟ ଆସିଛି । ପୂର୍ବରୁ ୮ ଜଣ ଚିହ୍ନଟ ହୋଇଥିଲେ । ଆଜି ଆଉ ୨ ଜଣ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତ ନିଜସ୍ୱ ଆଇସୋଲେସନରେ ଅଛନ୍ତି ବୋଲି ଜିଲ୍ଲାପାଳ ସନତ କୁମାର ମହାନ୍ତି ସୂଚନା ଦେଇଛନ୍ତି ।