ମାଓବାଦୀଙ୍କ ଏକ ବଡ଼ ଧରଣର ଯୋଜନାକୁ ପଣ୍ଡ

ମାଓବାଦୀଙ୍କ ଏକ ବଡ଼ ଧରଣର ଯୋଜନାକୁ ପଣ୍ଡ

ମାଓବାଦୀଙ୍କ ଏକ ବଡ଼ ଧରଣର ଯୋଜନାକୁ ପଣ୍ଡ
ଭୁବନେଶ୍ୱର: ମାଓବାଦୀଙ୍କ ଏକ ବଡ଼ ଧରଣର ଯୋଜନାକୁ ପଣ୍ଡ କରାଯାଇଛି । ଆଉ କେହି ନୁହେଁ ଯବାନମାନେ ହିଁ ମାଓବାଦୀଙ୍କ ଯୋଜନାକୁ ପଣ୍ଡ କରିଛନ୍ତି । ଛତିଶଗଡ଼ ସୁକମା ଜିଲ୍ଲା ନିପ୍ପା ଜଙ୍ଗଲରେ ଲ୍ୟାଣ୍ଡମାଇନ ଠାବ କରାଯାଇଛି । ମାଓବାଦୀ ବିଛାଇଥିବା ୫କେଜିର ଲ୍ୟାଣ୍ଡମାଇନକୁ ଯବାନମାନେ ଠାବ କରିଛନ୍ତି । ମେଟାଲ ଡିଟେକ୍ଟର ଜରିଆରେ ଠାବ ପରେ ତାହାକୁ ନିଷ୍କ୍ରିୟ କରାଯାଇଛି । ଏହା ଦ୍ୱାରା ସିଆରପିଏଫ ଯବାନମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସର୍ଚ୍ଚ ଅପରେସନ ସମୟରେ ଯବାନଙ୍କ ଅଦମ୍ୟ ସାହାସ ଯୋଗୁଁ ଲ୍ୟାଣ୍ଡମାଇନ ଠାବ ସହ ଯବାନମାନେ ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।