ମାସ୍କ ଓ ପିପିଇ ଦୁର୍ନୀତି ପ୍ରସଙ୍ଗ : ଲୋକାୟୁକ୍ତଙ୍କ ସମ୍ମୁଖରେ ହାଜର ହେଲେ ଦୁଇ ବରିଷ୍ଠ ପ୍ରଶାସକ

ମାସ୍କ ଓ ପିପିଇ ଦୁର୍ନୀତି ପ୍ରସଙ୍ଗ : ଲୋକାୟୁକ୍ତଙ୍କ ସମ୍ମୁଖରେ ହାଜର ହେଲେ ଦୁଇ ବରିଷ୍ଠ ପ୍ରଶାସକ

ମାସ୍କ ଓ ପିପିଇ ଦୁର୍ନୀତି ପ୍ରସଙ୍ଗ : ଲୋକାୟୁକ୍ତଙ୍କ ସମ୍ମୁଖରେ ହାଜର ହେଲେ ଦୁଇ ବରିଷ୍ଠ ପ୍ରଶାସକ
ଭୁବନେଶ୍ୱର : ମାସ୍କ ଓ ପିପିଇ କିଣାରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ଆଜି ଲୋକାୟୁକ୍ତଙ୍କ ସମ୍ମୁଖରେ ହାଜରେ ହୋଇଛନ୍ତି ଦୁଇ ବରିଷ୍ଠ ପ୍ରଶାସକ । ଓଡିଶା କଂଗ୍ରେସ ଏବଂ ଓଡିଶା ବିକାଶ ପରିଷଦ ପକ୍ଷରୁ କରାଯାଇଥିବା ଅଭିଯୋଗରେ ଦୁଇ ବରିଷ୍ଠ ପ୍ରଶାସକ ହେମନ୍ତ ଶର୍ମା ଓ ଯାମିନୀ ଷଡଙ୍ଗୀ ଆଜି ଲୋକାୟୁକ୍ତଙ୍କ ସମ୍ମୁଖରେ ହାଜର ହୋଇଛନ୍ତି । ମାସ୍କ ଏବଂ ପିପିଇ କିଟ କିଣାଯିବା ସମୟରେ ହେମନ୍ତ ଶର୍ମା କ୍ରୟ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଯାମିନୀ ଷଡଙ୍ଗୀ ଔଷଧ ନିଗମର ମୁଖ୍ୟ ରହିଥିଲେ । ଉଭୟ ଲୋକାୟୁକ୍ତଙ୍କ ସମ୍ମୁଖରେ ହାଜର ହେବା ସହିତ ନିଜର ପକ୍ଷ ରଖିଛନ୍ତି । କରୋନା ସଂକ୍ରମଣ ସମୟରେ ମାସ୍କ ଏବଂ ପିପିଇ କିଟ କିଣାରେ ବଡ ଧରଣର ଦୁର୍ନୀତି ହୋଇଥିବା ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ତେବେ ଓଡିଶା କଂଗ୍ରେସ ଏବଂ ଓଡିଶା ବିକାଶ ପରିଷଦ ପକ୍ଷରୁ ଏନେଇ ଲୋକାୟୁକ୍ତ ଏନେଇ ଅଭିଯୋଗ କରାଯାଇଥିଲା । ଲୋକାୟୁକ୍ତଙ୍କ ପକ୍ଷରୁ ସରକାରଙ୍କୁ ନୋଟିସ କରାଯାଇଥିବା ବେଳେ ଆଜି ଉଭୟ ବରିଷ୍ଠ ଅଧିକାରୀ ନିଜର ପକ୍ଷ ରଖିଛନ୍ତି ।