ମାହାଙ୍ଗାରେ ଚାଞ୍ଚଲ୍ୟ, ମା’ଙ୍କୁ ହସ୍ପିଟାଲ ନେବା ଅନୁମତି ଆଣି ବାହା ହେଉଥିଲେ ଯୁବକ, ଉଠାଇ ନେଲା ପୁଲିସ

ମାହାଙ୍ଗାରେ ଚାଞ୍ଚଲ୍ୟ, ମା’ଙ୍କୁ ହସ୍ପିଟାଲ ନେବା ଅନୁମତି ଆଣି ବାହା ହେଉଥିଲେ ଯୁବକ, ଉଠାଇ ନେଲା ପୁଲିସ

ମାହାଙ୍ଗାରେ ଚାଞ୍ଚଲ୍ୟ, ମା’ଙ୍କୁ ହସ୍ପିଟାଲ ନେବା ଅନୁମତି ଆଣି ବାହା ହେଉଥିଲେ ଯୁବକ, ଉଠାଇ ନେଲା ପୁଲିସ
କୁଆଁପାଳ: କରୋନା ମୁକାବିଲା ପାଇଁ ଲକଡାଉନ କଡ଼ାକଡ଼ି ହୋଇଛି । ରାଜ୍ୟଠାରୁ ଜିଲ୍ଲା ପର୍ଯ୍ୟନ୍ତ ସୀମା ସିଲ କରି ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ଏହାର ବ୍ୟତିକ୍ରମ ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏହାର ଏକ ବ୍ୟତ୍ରିକମ ମାହାଙ୍ଗା ଅଞ୍ଚଳରେ ଦେଖିବାକୁ ମିଳିଛି । ମେଡିକାଲ ଯିବା ବାହାନାରେ ମିଛ କାଗଜପତ୍ର କରାଇ ଢ଼େଙ୍କାନାଳ ଅଞ୍ଚଳର ଏକ ଗାଡ଼ି ବର ନେଇ ଆସି ସାମାଜିକ ଦୂରତ୍ୱକୁ ଖାତିର ନ କରି ବହୁ ଲୋକଙ୍କ ସମାଗମରେ ବାହାଘର ହେଉଥିବା ସମୟରେ ପୁଲିସ ଦ୍ୱାରା ଧରାପଡ଼ିବା ଘଟଣା ମାହାଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ ମାହାଙ୍ଗା ଥାନା ଅନ୍ତର୍ଗତ ଭଦ୍ରେଶ୍ୱର ଫାଣ୍ଡି ଅଧନୀ ନାହାଙ୍ଗ ପଞ୍ଚାୟତ ବାଲିପଡ଼ା ସ୍ଥିତ ଏକ ମଜଜିଦରେ ସେହି ଗ୍ରାମର ସେକ ଅବଦୁଲ ଫଇଜୁଲ୍ଲାଙ୍କ ଝିଅଙ୍କୁ ବୁଧବାର ବିଳମ୍ବିତ ରାତିରେ ଢ଼େଙ୍କାନାଳ ଟାଉନ ଥାନା ଅଞ୍ଚଳର ଇବ୍ରାହିମ ଖାଁଙ୍କ ପୁଅ ଅକତାର ଖାଁ ବିବାହ କରିବାକୁ ଆସିଥିଲେ । ସେଠାରେ ୫୦ ରୁ ଅଧିକ ଲୋକ ସମାଗମ ହୋଇ ଏହି ବେଆଇନ ବିବାହ ଉତ୍ସବରେ ସାମିଲ ହୋଇଥିଲେ । ଖବର ପାଇ ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀ ତପନ ନାୟକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୁଲିସ ପହଞ୍ଚିବା ପରେ ସେଠାରେ ଥିବା ଲୋକମାନେ ଛତ୍ରଭଙ୍ଗ ଦେଇଥିଲେ । କିନ୍ତୁ ସମୋନଙ୍କ ମଧ୍ୟରୁ ବର ଓ କନ୍ୟାଙ୍କ ପରିବାର ସମେତ ବିବାହ କରିବାକୁ ଆସିଥିବା କେନ୍ଦ୍ରାପଡ଼ା ଅଞ୍ଚଳର ମୌଲବୀ ମହରୁଫ ହବିବ ଏବଂ ବରଗାଡ଼ି ଚାଳକ ସମେତ ୯ ଜଣଙ୍କୁ ଥାନାକୁ ଆଣି ଅଟକ ରଖିଥିଲେ । ଏପିରିକି ଜବତ ହୋଇଥିବା ବରଗାଡ଼ିଟିରେ ଜାଲ ଅନୁମତି ନେଇ ଆସିଥିବା ଦେଖିବାକୁ ମିଳିଥିଲା । ଢ଼େଙ୍କାନାଳ ଟାଉନ ଥାନା ଅଞ୍ଚଳ କାରିଗରସାହିର ଆକବର ଖାଁ ଏହି ଗାଡ଼ିରେ ତାଙ୍କୁ ମା’ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଚିକିତ୍ସା ନିମନ୍ତେ ଆଣିବା ପାଇଁ ଢ଼େଙ୍କାନାଳ ଟାଉନ ଥାନାରୁ ବୁଧବାର ଅନୁମତି ପାଇଥିଲେ । କିନ୍ତୁ ଏହି ଗାଡ଼ିଟି ବେଆଇନ ଭାବେ ବର ନେଇ ଆସିଥିବାରୁ ଘଟଣା ସ୍ଥଳରୁ ଜବତ କରାଯାଇଛି । ଏ ନେଇ ମାହାଙ୍ଗା ଏକ ମାମଲା ରୁଜୁ କରାଯାଇ ବ୍ୟକ୍ତିଗତ ମୁଚାଲିକାରେ ବର ଓ କନ୍ୟା ପରିବାରକୁ ଛଡ଼ାଯାଇଥିବା ବେଳେ ମୌଲାନା ଏବଂ ଗାଡ଼ି ଚାଳକକୁ ଥାନାରେ ଅଟକ ରଖାଯାଇଛି । ଲକଡାଉନ ସମୟରେ ମିଛଆଳରେ ଗାଡ଼ି ଆଣିବା, ସାମାଜିକ ଦୂରତ୍ୱ ଭାଙ୍ଗୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଡ଼ା ନିର୍ଦ୍ଦେଶ ଥିବା ବେଳେ ମାହାଙ୍ଗା ପୁଲିସ ବ୍ୟକ୍ତିଗତ ମୁଚାଲିକାରେ ଛଡ଼ାଯିବା ଘଟଣା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ଥାନା ଆଇଆଇସି ରଞ୍ଜନ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ବର୍ତ୍ତମାନ କରୋନା ପାଇଁ କୋର୍ଟ ବନ୍ଦ ଥିବାରୁ କେବଳ ମାମଲା ରୁଜୁ କରାଯାଇ ବ୍ୟକ୍ତିଗତ ମୁଚାଲିକାରେ ସେମାନଙ୍କୁ ଛଡ଼ା ଯାଇଛି । ଜାଲ ଅନୁମତିରେ ଆସିଥିବା ବରଗାଡ଼ିଟିକୁ ଜବତ କରାଯାଇଥିବା ପ୍ରକାଶ କରିଛନ୍ତି ।