ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ, କର୍ମଚାରୀଙ୍କ ପଦୋନ୍ନତି ସମସ୍ୟା ସମାଧାନ ପାଇଁ ଗଠନ ହେବ ପଦୋନ୍ନତି ଅଦାଲତ
ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ, କର୍ମଚାରୀଙ୍କ ପଦୋନ୍ନତି ସମସ୍ୟା ସମାଧାନ ପାଇଁ ଗଠନ ହେବ ପଦୋନ୍ନତି ଅଦାଲତ
admin
Jan 10, 2020 - 06:00
Updated: Jan 10, 2020 - 06:00
ଭୁବନେଶ୍ୱର - ରାଜ୍ୟ ସରକାରଙ୍କ ବିଭିନ୍ନ ବର୍ଗର କର୍ମଚାରୀ ମାନଙ୍କ ପଦୋନ୍ନତିରେ ବିଳମ୍ବ ଦୂର କରି ଉପଯୁକ୍ତ ସମୟରେ ସେମାନେ ଯେପରି ପଦୋନ୍ନତି ପାଇପାରିବେ, ସେଥିପାଇଁ ପ୍ରତିବର୍ଷ ଡିସେମ୍ବର ୩୧ ସୁଦ୍ଧା ପଦୋନ୍ନତି ପ୍ରକି୍ରୟା ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଚନ୍ତି । ତଦନୁଯାୟୀ ୨୦୧୯ ଡିସେମ୍ବର ଡ୩୧ ସୁଦ୍ଧା ୩୧୬୬ ଜଣ କର୍ମଚାରୀ ପଦୋନ୍ନତି ପାଇଥିଲେ । ଏହି ସମୟ ମଧ୍ୟରେ ଯେଉଁ କର୍ମଚାରୀମାନେ ବିଭିନ୍ନ କାରଣରୁ ପଦୋନ୍ନତି ପାଇପାରିନାହାନ୍ତି, ସେମାନଙ୍କ ପଦୋନ୍ନତି ପ୍ରକି୍ରୟାକୁ ତ୍ୱରାନ୍ୱିତ କରିବା ପାଇଁ ପଦୋନ୍ନତି ଅଦାଲତ ଗଠନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବିଭିନ୍ନ ବିଭାଗର ପ୍ରଶାସନିକ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ମାନଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତ ଗଠନ କରାଯିବ । ପ୍ରତିବର୍ଷ ଜାନୁଆରୀ ମାସ ଚତୁର୍ଥ ସପ୍ତାହରେ ପଦୋନ୍ନତି ଅଦାଲତର ବୈଠକ ବସିବ ଏବଂ କୌଣସି କାରଣରୁ ପଦୋନ୍ନତି ପାଇପାରି ନଥିବା କର୍ମଚାରୀମାନଙ୍କ ସମସ୍ୟାର ସମାଧାନ ଏହି ଅଦାଲତ ଜରିଆରେ କରାଯିବ । ସୂଚନାଯୋଗ୍ୟ ଯେ ବିଭିନ୍ନ କାରଣରୁ ପଦୋନ୍ନତି ପାଇପାରି ନଥିବା କର୍ମଚାରୀମାନେ ଏଥିପାଇଁ ବିଭିନ୍ନ ସମୟରେ ବିଭିନ୍ନ ଅଦାଲତର ଦ୍ୱାରସ୍ଥ ହୋଇଥାନ୍ତି । ତେଣୁ ଏହି ଅଦାଲତ ଗଠିତ ହେବା ଦ୍ୱାରା କର୍ମଚାରୀମାନେ ଶୀଘ୍ର ନ୍ୟାୟ ପାଇପାରିବେ ବୋଲି ଆଶା କରାଯାଉଛି ।