ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଟାର୍ଗେଟ

ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଟାର୍ଗେଟ

ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଟାର୍ଗେଟ
ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀ ଅପରାଧ କଲେ ଯେ ଥାନାକୁ ଯିବେ । ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଥିବ । ତେବେ ସେ କୌଣସି ଅପରାଧ ପାଇଁ ଥାନାକୁ ଯିବେ ନାହିଁ । ବରଂ ରାଜନୈତିକ ହତ୍ୟାକାଣ୍ଡ କଥା ବୁଝିବା ପାଇଁ ଥାନା ଯିବେ ବୋଲି ସେ ନିଜେ କହିଛନ୍ତି । ମାହାଙ୍ଗାରେ ଡବଲ ମର୍ଡର ଘଟଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଟାର୍ଗେଟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ମାହାଙ୍ଗାରେ ଯାହା ଘଟିଲା ତାହା ଜଘନ୍ୟ ଅପରାଧ । ଆମେ ଆଶ୍ଚର୍ଯ୍ୟ ଯେ, ଜଗନ୍ନାଥଙ୍କ ରାଜ୍ୟରେ ଏହା କିପରି ଘଟିଲା । ୧୭ଟି ରାଜନୈତିକ ହତ୍ୟା, ପଞ୍ଚାୟତ ନିର୍ବାଚନବେଳେ ୧୪ ଜଣ କର୍ମୀଙ୍କୁ ହତ୍ୟା କରାଯାଇଛି । ସାଧାରଣ ନିର୍ବାଚନବେଳେ ମୋ ନିର୍ବାଚନମଣ୍ଡଳୀରେ ଜଣଙ୍କୁ ହତ୍ୟା କରାଯାଇଛି । ନିର୍ବାଚନ ଜିତିବା ସକାଶେ ଶାସକ ଦଳ କ୍ଷମତା ପାଇଁ ହତ୍ୟାକାଣ୍ଡ ଭିଆଉଛି । ପ୍ରକୃତ ଦୋଷୀକୁ ଧରିବା ଓ ଚାର୍ଜସିଟ ଦାଖଲରେ ସରକାର ବିଫଳ । ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିଲେ ବି ସକ୍ରୟ ହୋଇନି କାହିଁକି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ଏହାଛଡ଼ା ପିଏମ ଆବାସ ଯୋଜନାକୁ ନେଇ ମାହାଙ୍ଗାରେ ହତ୍ୟାକାଣ୍ଡ ଘଟିଛି । ୧୫ ଦିନ ଭିତରେ ଥାନାକୁ ଯାଇ ସବୁ ରାଜନୈତିକ ହତ୍ୟାକାଣ୍ଡ କଥା ବୁଝିବି । ସ୍ଥିତି କ’ଣ ଅନୁଧ୍ୟାନ କରିବା ପରେ ରାଜ୍ୟବାସୀଙ୍କୁ ଅବଗତ କରିବି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।