ଆପ୍ କୁ ଘାରିଛି ଇଭିଏମ୍ ଭୟ

ଆପ୍ କୁ ଘାରିଛି ଇଭିଏମ୍ ଭୟ

ଆପ୍ କୁ ଘାରିଛି ଇଭିଏମ୍ ଭୟ
ଆସନ୍ତାକାଲି ଆସିବ ଦିଲ୍ଲୀ ରେଜଲ୍ଟ । ଏଥର କିଏ ଜିତିବ ଦିଲ୍ଲୀ ବିଧାନସଭା । କିଏ ଗଢିବ ସରକାର । ଏହାକୁ ନେଇ ଆକଳନ ଜୋର ଧରିଥିବାବେଳେ ଆମ ଆଦମୀ ପାର୍ଟୀକୁ ଘାରିଲାଣି ଇଭିଏମ୍ ଡର । ବିଭିନ୍ନ ସଂସ୍ଥା ପକ୍ଷରୁ ଆସିଥିବା ବୁଥ୍ ବାହୁଡା ମତ ରହିଛି ଆମ୍ ଆଦମି ପାର୍ଟି ସପକ୍ଷରେ । ହେଲେ ବିଜେପି କିନ୍ତୁ କିଛି ଅଲଗା କହିବାର ଦେଖାଦେଇଛି । ଦିଲ୍ଲୀରେ ବିଜେପିର ଚେହେରା ବନିଥିବା ମନୋଜ ତିୱାରୀଙ୍କ ଦାବି ଏକଜିଟ୍ ପୋଲ୍ ରିପୋର୍ଟ ଭୁଲ୍ ହୋଇଯିବ । ବିଜେପି ଦିଲ୍ଲୀରେ ଦଖଲ କରିବ ୪୮ ଆସନ । ବିଜେପିର ଦାବି ଆସନ୍ତା ୧୧ ତାରିଖକୁ ଏକ୍ଜିଟ୍ ପୋଲ୍ ରିପୋର୍ଟକୁ ଅପେକ୍ଷା କରନ୍ତୁ ସମସ୍ତେ । ବିଜେପିର ଏପରି ମନ୍ତବ୍ୟ ପରେ ଆମ ଆଦମୀ ପାର୍ଟି ଭିତରେ ଖେଳି ଗଲାଣି ଅଜଣା ଭୟ । ଆମ ଆଦମୀ ପାର୍ଟି ନିର୍ବାଚନରେ ବିଜୟ ନେଇ ଆଗୁଆ ଉସôବ ମନେଇବାକୁ ବି ପଛଘୁଂଚା ଦେଲେଣି । ଦଳର ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ନିଦ ହଜେଇ ଦେଇଛି ଏହି ଇଭିଏମ୍ ଆଶଙ୍କା । ତେଣୁ ଆପ୍ର ନଜର ଏବେ ଷ୍ଟ୍ରଙ୍ଗ ରୁମ୍ ଉପରେ । ସେପଟେ ଇଭିଏମ୍କୁ ନେଇ କୌଣସି ପ୍ରକାର ଅଶଙ୍କା ଅମୂଳକ ବୋଲି କହିଛନ୍ତି ଦିଲ୍ଲୀ ନିର୍ବାଚନ କମିଶନର । ହେଲେ ଆପ୍ କୁ ଘାରିଛି ଇଭିଏମ୍ ଭୟ ।