ଯାଞ୍ଚ ହେଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଯାଞ୍ଚ ହେଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଯାଞ୍ଚ  ହେଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଯାଞ୍ଚ । ଗତକାଲି ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଥିଲା ବୋଲି ଜଣାଯାଇଛି । ନିର୍ବାଚନ କମିଶନ ଫ୍ଲାଇଂ ସ୍କ୍ୱାଡ ହେଲିକପ୍ଟର ସହ ଲଗେଜ ଯାଞ୍ଚ କରିଥିଲେ । ଯାଞ୍ଚ ଶେଷ ଯାଏଁ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଅପେକ୍ଷା କରିବା ସହ ଅଧିକାରୀଙ୍କୁ ଯାଞ୍ଚ କ୍ଷେତ୍ରରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ନିର୍ବାଚନ ପ୍ରଚାର ବେଳେ ବିଜେପି କର୍ମୀଙ୍କ ଗାଡ଼ି ଯାଞ୍ଚ କଲାବେଳେ କର୍ମୀମାନେ ଯାଞ୍ଚ ଅଧିକାରୀଙ୍କ ସହ ପାଟିତୁଣ୍ଡ କରୁଛନ୍ତି । ଏ ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ମଧ୍ୟରେ ଭାଇରାଲ ହେଉଛି । ଉକ୍ତ ଭିଡିଓରେ ବିଜେପି କର୍ମୀମାନେ ଯାଞ୍ଚ ଅଧିକାରୀମାନଙ୍କ ସହ ଯୁକ୍ତି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଯାଞ୍ଚ କରୁଛ କି ବୋଲି ପ୍ରଶ୍ନ ପ୍ରଚାରଉଥିବା ଦେଖିବାକୁ ମିଳୁଛି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଓ ହେଲିକପ୍ଟର ଯାଞ୍ଚ କରାନଯାଇ କେବଳ ବିଜେପି କର୍ମୀଙ୍କ ଗାଡ଼ିକୁ ଯାଞ୍ଚ କରାଯାଉଛି ବୋଲି ଅଭିଯୋଗ ହୋଇଆସୁଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ପରେ ସମ୍ପୃକ୍ତ ବିଜେପି କର୍ମୀଙ୍କ ପାଟି ଚୁପ ହୋଇଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।