ବାପାଙ୍କ ପଛେ ପଛେ ଝିଅ

ବାପାଙ୍କ ପଛେ ପଛେ ଝିଅ

ବାପାଙ୍କ ପଛେ ପଛେ ଝିଅ
ବିଜେଡି ଛାଡିଲେ ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତଙ୍କ ଝିଅ ପ୍ରିତିନନ୍ଦା ରାଉତରାୟ । ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ତେବେ ସେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ କରିନାହାନ୍ତି । ବାପାଙ୍କ ସମର୍ଥନରେ ଦଳ ଛାଡିଥିବା ସେ କହିଛନ୍ତି । ଝିଅ ହିସାବରେ ତାଙ୍କ କର୍ତ୍ତବ୍ୟ ସେ କରିଛନ୍ତି ବୋଲି କହିଛନ୍ତି । ତେବେ ଗତ ୧୪ତାରିଖରେ ଡାକ୍ତର ଦାମୋଦର ରାଉତ ବିଜେପିରେ ଯୋଗଦେବା ପରେ ଆଜି ତାଙ୍କ ଝିଅ ପ୍ରିତିନନ୍ଦା ବିଜେଡିରୁ ଇସ୍ତଫା ଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ପ୍ରିତିନନ୍ଦା ବାପା ଦାମ ରାଉତଙ୍କ ରାସ୍ତା ଅନୁସରଣ କରିବେ ବୋଲି ମଧ୍ୟ ଚର୍ଚ୍ଚା ହୋଇଛି । ସେ ମଧ୍ୟ ବିଜେପିରେ ଯୋଗଦେବା ନେଇ ଏକ ପ୍ରକାର ଚର୍ଚ୍ଚା ହେଉଛି ।