ମୃତଦେହ କଟା ନଯାଇ ବି ହୋଇପାରିବ ପୋଷ୍ଟମୋର୍ଟମ
ମୃତଦେହ କଟା ନଯାଇ ବି ହୋଇପାରିବ ପୋଷ୍ଟମୋର୍ଟମ
admin
Jun 3, 2019 - 10:42
Updated: Jun 3, 2019 - 10:42
ନୂଆଦିଲ୍ଲୀ : ବଦଳିବ ପୋଷ୍ଟମୋର୍ଟମର ପ୍ରଣାଳୀ । ସାଧାରଣତଃ ମୃତ୍ୟୁର ରହସ୍ୟ ଜାଣିବାକୁ ହେଲେ ଡାକ୍ତରଙ୍କୁ ମୃତଦେହର ବ୍ୟବଚ୍ଛେଦ କରିବାକୁ ପଡିଥାଏ । ଆଉ ଏହି ବ୍ୟବଚ୍ଛେଦ କଥା ଶୁଣିବାକୁ ପରିବାର ଲୋକଙ୍କ ପାଖରେ ଧାର୍ଯ୍ୟନଥାଏ । କିନ୍ତୁ ଏବେ ସେହି କଷ୍ଟଦାୟକ ସମୟର ଅନ୍ତ ଘଟିବାକୁ ଯାଉଛି । ଅର୍ଥାତ ଏଣିକି ମୃତଦେହ ବ୍ୟବଚ୍ଛେଦ କରାନଯାଇ ଭିତର ଓ ବାହାର ଅଙ୍ଗକୁ ଯାଞ୍ଚ କରି ମୃତ୍ୟୁର ରହସ୍ୟ ଜାଣିହେବ ।
ଏମ୍ସ ଓ ଆଇସିଏମ୍ଆର୍ ଏମିତି ଏକ ଟେକ୍ନୋଲୋଜି ବାହାର କରିଛନ୍ତି, ଯେଉଁଥିରେ ଅଟୋପସିକୁ ଭୁର୍ଚଆଲ ଭାବେ ବ୍ୟବହାର କରାଯିବ। ଅର୍ଥାତ୍ ଏବେ ଅଟୋପସି ଜରିଆରେ ମୃତ ବ୍ୟକ୍ତିଙ୍କ ଶରୀରକୁ କଟାଯିବ ନାହିଁ କି ତାଙ୍କ ସମ୍ପର୍କୀୟଙ୍କ ଭାବନାକୁ ଆଞ୍ଚ ପହଞ୍ଚିବ ନାହିଁ।
ଏମ୍ସର ପ୍ରଫେସର ଓ ଫରେନ୍ସିକ୍ ମେଡିସିନ୍ର ଡାକ୍ତର ସୁଧୀର ଗୁପ୍ତାଙ୍କ କହିବାନୁସାରେ, କୌଣସି ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପାଇଁ ସେମାନଙ୍କ ପରିବାର ଲୋକ ରାଜି ହୋଇ ନଥାଆନ୍ତି । କିନ୍ତୁ ଅଟୋପ୍ସି ପୁଲିସ ଯାଞ୍ଚର ଏକ ଅଭିନ୍ନ ପ୍ରକ୍ରିୟା ଅଟେ। ତେଣୁ ଏହାକୁ ଛଡା ବି ଯାଇ ପାରିବ ନାହିଁ । ସେଥିପାଇଁ ଡାକ୍ତର ଗୁପ୍ତା ଓ ତାଙ୍କ ଟିମ୍ ଇଣ୍ଡିୟନ୍ କାଉନ୍ସିଲ୍ ଅଫ୍ ମେଡିକଲ ରିସର୍ଚ୍ଚ ସହିତ ମିଶି ଏକ ଏକ୍ସପେରିମେଣ୍ଟ କରିବାକୁ ଯାଉଛନ୍ତି। ଯେଉଁଥିରେ ଅଟୋପ୍ସିକୁ ଭର୍ଚୁଆଲ କନ୍ଡକ୍ଟ କରାଯିବ। ଏହି ପ୍ରକ୍ରିୟାକୁ ସୁଇଜରଲ୍ୟାଣ୍ଡ ବ୍ୟତୀତ ପଶ୍ଚିମ ଦେଶରେ ବି ଫଲୋ କରାଯାଉଛି।