ମୃତବ୍ୟକ୍ତିଙ୍କ କରୋନା ଟେଷ୍ଟ ମନା

ମୃତବ୍ୟକ୍ତିଙ୍କ କରୋନା ଟେଷ୍ଟ ମନା

ମୃତବ୍ୟକ୍ତିଙ୍କ କରୋନା ଟେଷ୍ଟ ମନା
ଭୁବନେଶ୍ୱର : ମୃତବ୍ୟକ୍ତିଙ୍କ କରୋନା ପରୀକ୍ଷା ଆଉ କରାଯିବ ନାହିଁ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଦେ୍ର୍ଧଶନାମା ଜାରି କରାଯାଇଛି । ମୃତବ୍ୟକ୍ତିଙ୍କ ଶବ ହସ୍ତାନ୍ତର ବିଳମ୍ବ ହେଉଥିବାରୁ ପରିବାର ଲୋକେ ହନ୍ତସନ୍ତ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କୋଭିଡ ଡାକ୍ତରଖାନା ଗୁଡ଼ିକୁ ନିଦେ୍ର୍ଧଶ ଦିଆଯାଇଛି ଯେ, ମୃତୁ୍ୟବରଣ କରିଥିବା କୋଭିଡ-୧୯ ପଜିଟିଭ ରୋଗୀଙ୍କ ମୃତୁ୍ୟ ରିପୋର୍ଟ, ବେଡ ଟିକେଟ, ଡାକ୍ତରୀ ତଦନ୍ତ ରିପୋର୍ଟ, କୋଭିଡ ପରୀକ୍ଷା ସ୍ଥିତି ମୃତୁ୍ୟର ୪୮ ଘଣ୍ଡା ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ସେବା ନିଦେ୍ର୍ଧଶକଙ୍କ ନିକଟରେ ଦାଖଲ କରିବେ । ଏହା ସହିତ ରୋଗୀଙ୍କ ଆଡମିଶନ ବେଳେ ତାଙ୍କର ପୂର୍ବ ରୋଗ, ରୋଗୀଙ୍କ ଶରୀରରେ ଥିବା ଲକ୍ଷଣ ସମ୍ପର୍କରେ ସୂଚନା ସଂଗ୍ରହ କରି ରାଜ୍ୟସ୍ତରୀୟ କମିଟି ନିକଟରେ ଦାଖଲ କରିବେ ।