ଯୋଗର ଉପକାରିତା

ଯୋଗର ଉପକାରିତା

ଯୋଗର ଉପକାରିତା
ପ୍ରାଚୀନ ସମୟରୁ ଭାରତରେ ଯୋଗର ଆଦର ରହିଆସିଛି । ସୁସ୍ଥ ଜୀବନଶୈଳୀ ନିମନ୍ତେ ଏହାର ଆବଶ୍ୟକତା ସବୁଠୁ ଅଧିକ ବୋଲି ବିଶେଷଜ୍ଞଙ୍କ ମତ । ଯୋଗ କଲେ ସୁସ୍ଥ ଜୀବନଶୈଳୀ ଅତିବାହିତ କରିବା ସହିତ ଆମ ମନ ମଧ୍ୟ ପ୍ରଫୁଲ୍ଲ ରହେ । ଏବେ ବିଶ୍ୱର ପ୍ରମୁଖ ରାଷ୍ଟ୍ରରେ ଯୋଗର ପ୍ରସାର ଓ ପ୍ରଚାର ଉଭୟ ବଢ଼ିବାରେ ଲାଗିଛି । ନିୟମିତ ଯୋଗ କରିବା ଦ୍ୱାରା ଆମ ଏକାଗ୍ରତା ବଢ଼ିବା ସହ ଶରୀରର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ । ଅବସାଦଗ୍ରସ୍ତ ରହୁଥିବା ଲୋକ ପ୍ରତ୍ୟହ ୧୫ ୟୁନିଟ୍ ଯୋଗ କଲେ ସେମାନଙ୍କ ସମସ୍ୟାର ସମାଧାନ ହେଉଥିବାର ବିଶେଷଜ୍ଞଙ୍କ ମତ । ମାନସିକ ଚାପ, ଉଚ୍ଚରକ୍ତଚାପ ରୋଗୀ ୧ ସପ୍ତାହ ନିୟମିତ ଯୋଗ କଲେ ସେମାନେ ଫରକ୍ ଜାଣିପାରିବେ । ଯୋଗ ଓ ଧ୍ୟାନ ସମସ୍ତ ରୋଗର ସମାଧାନ ବୋଲି ବିଭିନ୍ନ ଅନୁଧ୍ୟାନରୁ ପ୍ରମାଣିତ ହୋଇଛି । ନିଜ ବ୍ୟସ୍ତବହୁଳ ଜୀବନରେ ମାତ୍ର ୨୦ ମିନିଟ୍ ଲେଖାଏଁ ଯୋଗ କଲେ ସୁସ୍ଥ ଓ ନିରୋଗ ଜୀବନ ଅତିବାହିତ କରିପାରିବେ ।