ରୁକୁଣା ରଥଯାତ୍ରା ପାଇଁ ଆଜି ଅନୁକୂଳ ହେବ ରଥ କାଠ
ଭୁବନେଶ୍ୱର: ଶୁକ୍ରବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥ ନିର୍ମାଣ ପାଇଁ ରଥ ମହାଖଳାରେ ରଥ କାଠ ବିଧିମତେ ଅନୁକୂଳ ହେବ । ଏହି ଉତ୍ସବରେ ମହାରଣା ସେବାୟତଙ୍କ ସମେତ ଅନ୍ୟାନ୍ୟ ନିଯୋଗର ସେବାୟତମାନେ ସାମିଲ ହେବେ । ରଥ ପାଇଁ ଗୋଟା ଅନୁକୂଳ ହେବା ପରେ ଅବଶିଷ୍ଟ ୮ ଟି କାଠ ଗଣ୍ଡି ଚିରା ହେବା ଲାଗି କଟକ ଖପୁରିଆସ୍ଥିତ ସ’ମିଲ୍କୁ ପଠାଯିବ । ଏଥିପାଇଁ ଗୁରୁବାର ବିଳମ୍ବିତ ରାତିରେ ଖଣ୍ଡପଡ଼ାସ୍ଥିତ ସାହାଡ଼ାମୁଣ୍ଡା ଜଙ୍ଗଲରୁ କାଠ ଆସି ପହଞ୍ଚିଛି ।
ଚଳିତ ବର୍ଷ ପ୍ରାୟ ୨ ଦିନ ବିଳମ୍ବରେ କାଠ ପହଞ୍ଚିଲା । ଏଣେ ରଥଯାତ୍ରାକୁ ଆଉ ମାତ୍ର ୧୯ ଦିନ ବାକି ଅଛି । ତେଣୁ ଅଳ୍ପ ଦିନ ମଧ୍ୟରେ ରଥ ନିର୍ମାଣ କାମ ସାରିବା କଷ୍ଟ ହେବ ବୋଲି ମହାରଣା କାରିଗରମାନେ କହିଛନ୍ତି । ଏଥର ସବୁ କାଠ ଠିକଣା ସମୟରେ ପହଞ୍ଚାଇବା ଲାଗି ମନ୍ଦିର ପ୍ରଶାସନକୁ କାରିଗରମାନେ ଜଣାଇଛନ୍ତି ।




admin 