ରାଜ କ’ଣ କରନ୍ତି ଜାଣି ନଥିଲେ ଶିଲ୍ପା, କହିଲେ ଏମିତି

ରାଜ କ’ଣ କରନ୍ତି ଜାଣି ନଥିଲେ ଶିଲ୍ପା, କହିଲେ ଏମିତି

ରାଜ କ’ଣ କରନ୍ତି ଜାଣି ନଥିଲେ ଶିଲ୍ପା, କହିଲେ ଏମିତି

ମୁମ୍ବାଇ: ମୁମ୍ବାଇ ପୁଲିସ ପକ୍ଷରୁ ରାଜ କୁନ୍ଦ୍ରା ଓ ସହଯୋଗୀଙ୍କ ବିରୋଧରେ ଦାଖଲ କରାଯାଇଥିବା ଅତିରିକ୍ତ ଚାର୍ଜସିଟରେ ଯେଉଁ ୫୮ ସାକ୍ଷୀଙ୍କ ବୟାନ ରହିଛି ସେମାନଙ୍କ ମଧ୍ୟରେ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀ, ଅଭିନେତ୍ରୀ ଶେର୍ଲିନ ଚୋପ୍ରା ପ୍ରମୁଖ ସାମିଲ। ଚାର୍ଜସିଟ ଅନୁସାରେ ଶିଳ୍ପା ନିଜ ବୟାନରେ ପୁଲିସକୁ କହିଥିଲେ ଯେ, ରାଜ କ’ଣ କରନ୍ତି ତାହା ତାଙ୍କୁ ଜଣା ନଥିଲା। କାରଣ ନିଜ କାମରେ ସବୁବେଳେ ସେ ବ୍ୟସ୍ତ ରହୁଥିଲେ । ସେହିପରି ବିବାଦୀୟ ହଟସଟ କିମ୍ବା ବେଲିଫେମ ଆପ ସମ୍ପର୍କରେ ବି ତାଙ୍କୁ କିଛି ଜଣାନଥିବା ସେ କହିଥିଲେ। ଶିଳ୍ପାଙ୍କ ଅନୁସାରେ ୨୦୧୯ ରେ ରାଜ ଆର୍ମସପ୍ରାଇମ ମିଡିଆରେ ଯୋଗ ଦେଇଥିଲେ। ସେହି କମ୍ପାନୀ ପୁନମ ପାଣ୍ଡେଙ୍କ ଭଳି ଅଭିନେତ୍ରୀଙ୍କର କ୍ଷୁଦ୍ର ଭିଡିଓ ବନାଉଥିଲା ଯେଉଁଥିରେ ସାମାନ୍ୟ ବୋଲ୍ଡ ଦୃଶ୍ୟ ରହୁଥିଲା। ଅଭିନେତ୍ରୀଙ୍କ ଇଚ୍ଛା ଅନୁସାରେ ହେଉଥିଲା । ମୁଁ ହଟସଟ କିମ୍ବା ବେଲିଫେମ ଆପ ସମ୍ପର୍କରେ କିିଛି ଜାଣିନାହିଁ । ମୁଁ ନିଜ କାମରେ ବ୍ୟସ୍ତ ଥିଲି । ତେଣୁ ସ୍ୱାମୀଙ୍କୁ ତାଙ୍କ କାମ ନେଇ କିଛି ପଚାରୁନଥିଲି । ୨୦୦୯ରେ ଆମେ ବିବାହ କରିଥିଲୁ। ସେବେଠାରୁ ସେ ଭାରତରେ ରହି ବିଭିନ୍ନ ବ୍ୟବସାୟ କରୁଥିବା ଶିଳ୍ପା କହିଥିଲେ ।