ରାଜଧାନୀ ଦିଲ୍ଲୀରେ କରୋନା ଗ୍ରାଫ ତଳମୁହାଁ ହେବା ସହିତ ସୋମବାରଠାରୁ ଅନଲକ ପ୍ରକି୍ରୟା

ରାଜଧାନୀ ଦିଲ୍ଲୀରେ କରୋନା ଗ୍ରାଫ ତଳମୁହାଁ ହେବା ସହିତ ସୋମବାରଠାରୁ ଅନଲକ ପ୍ରକି୍ରୟା

ରାଜଧାନୀ ଦିଲ୍ଲୀରେ କରୋନା ଗ୍ରାଫ ତଳମୁହାଁ ହେବା ସହିତ ସୋମବାରଠାରୁ ଅନଲକ ପ୍ରକି୍ରୟା
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଗ୍ରାଫ ତଳମୁହାଁ ହେବା ସହିତ ଅନଲକ ପ୍ରକି୍ରୟା ଆରମ୍ଭ ହେବାକୁ ଯାଉଛି । ସୋମବାର ସକାଳ ୫ଟାରୁ ଏହି ପ୍ରକି୍ରୟା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । କେଜରିୱାଲ କହିଛନ୍ତି, ‘ରାଜଧାନୀରେ ସଂକ୍ରମଣ ହାର ୧.୫ ପ୍ରତିଶତକୁ ଖସି ଆସିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୧୧୦୦ ମାମଲା ସାମ୍ନାକୁ ଆସିଛି । ତେଣୁ ଆମେ ଅନଲକ ପ୍ରକି୍ରୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ । ସୋମବାର ସକାଳ ୫ଟାରୁ ଏହା ଆରମ୍ଭ ହେବ । ଦିନ ମଜୁରିଆଙ୍କୁ ଦୃଷ୍ଟିରେ ରଖି ବର୍ତ୍ତମାନ ସପ୍ତାହେ ଯାଏ ନିର୍ମାଣ କାମ ଓ କାରଖାନା ଗୁଡ଼ିକ ଖୋଲିବ । କରୋନା ମାମଲା ନ ବଢ଼ିଲେ ପରେ ଜନତାଙ୍କ ପରାମର୍ଶ ଓ ବିଶେଷଜ୍ଞମାନଙ୍କର ରାୟ ନେଇ ଆମେ ଅନଏକ ପ୍ରକି୍ରୟାକୁ ଧୀରେ ଧୀରେ ବଢ଼ାଇବୁ । ତେବେ ଏହି ସମୟ ମଧ୍ୟରେ ଆମକୁ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ । ନ ହେଲେ ପରିସ୍ଥିତି ବିଗିଡ଼ିଲେ ପୁଣି ଲକଡାଉନ ଲାଗୁ ହୋଇପାରେ ।