ରାଜଧାନୀରୁ ୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ

ରାଜଧାନୀରୁ ୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ

ରାଜଧାନୀରୁ ୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପଟେ କରୋନାର କାୟା କମିନଥିବାବେଳେ ଡେଙ୍ଗୁ ରୋଗ ବୋଝ ଉପରେ ନଳିତା ବିଡ଼ା ଭଳି ଉଭା ହୋଇଛି । କରୋନାର ମୁକାବିଲା ପାଇଁ ସରକାର ସବୁ କଳବଳ ଲଗାଇ ଦେଇଥିବାବେଳେ ଏବେ ଡେଙ୍ଗୁ ଚିନ୍ତା ବଢାଇଲାଣି । ଧୀରେ ଧୀରେ ଡେଙ୍ଗୁ ରାଜ୍ୟରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । 

ଏହି ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ କହିଛନ୍ତି ଯେ, ରାଜ୍ୟରେ ଡେଙ୍ଗୁ କିଛି ମାତ୍ରାରେ ବଢିଛି ।  ଗତକାଲି ସୁଦ୍ଧା ଭୁବନେଶ୍ୱରରେ ୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।  ତେବେ ଡେଙ୍ଗୁକୁ ନେଇ ସ୍ଥିତି ଚିନ୍ତାଜନକ ନୁହେଁ ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ କହିଛନ୍ତି । 

ଅନ୍ୟପକ୍ଷରେ ରାଜଧାନୀରେ ଡେଙ୍ଗୁ ରୋଗର ପ୍ରତିକାର ପାଇଁ ବିଏମସି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।  ବିଏମସିର ସ୍ୱତନ୍ତ୍ର ଟିମ ଘର ଘର ବୁଲି ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳୁଛି ।