ରାଜ୍ୟରେ ଆଉ ୧୩୮୪ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୧୩୮୪ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୧୩୮୪ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉୁ ୧୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୮୭୩ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୫୧୧ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୨୯୭ରେ ପହଁଚିଛି । ଅପରପକ୍ଷରେ ୨୧୯୫୪ ଜଣ ସୁସ୍ଥ ହୋଇଥିବାବେଳେ ୧୪୦୯୫ ଜଣ ଚିକିତ୍ସିତ ହେଉଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ, ଅନୁଗୁଳରେ ୧୩, ବାଲେଶ୍ୱରରେ ୭୯, ବରଗଡ଼ରେ ୩୩, ଭଦ୍ରକରେ ୨୫, ବଲାଙ୍ଗୀରରେ ୫୧, କଟକରେ ୮୯, ଢେଙ୍କାନାଳରେ ୧୧, ଗଜପତିରେ ୬୧, ଗଞ୍ଜାମରେ ୩୩୧, ଜଗତସିଂହପୁରରେ ୨୨, ଯାଜପୁରରେ ୧୮, ଝାରସୁଗୁଡ଼ାରେ ୭, କଳାହାଣ୍ଡିରେ ୪, କେନ୍ଦ୍ରାପଡ଼ାରେ ୧୧, ଖୋର୍ଦ୍ଧାରେ ୨୧୧, କୋରାପୁଟରେ ୯୭, ମାଲକାନାଗିରିରେ ୩୯, ମୟୂରଭଞ୍ଜରେ ୨୯, ନବରଙ୍ଗପୁରରେ ୨୬, ନୟାଗଡ଼ରେ ୨୨, ନୂଆପଡ଼ାରେ ୫, ପୁରୀରେ ୧୭, ରାୟଗଡ଼ାରେ ୩୮, ସମ୍ବଲପୁରରେ ୩୯, ସୋନପୁରରେ ୬ ଓ ସୁନ୍ଦରଗଡ଼ରେ ୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।