୨୪ ଘଣ୍ଟା ଭିତରେ ରାଜ୍ୟରେ ୧୩୦ ପଜିଟିଭ ଚିହ୍ନଟ
୨୪ ଘଣ୍ଟା ଭିତରେ ରାଜ୍ୟରେ ୧୩୦ ପଜିଟିଭ ଚିହ୍ନଟ
admin
Jan 25, 2021 - 07:06
Updated: Jan 25, 2021 - 07:06
ଭୁବନେଶ୍ୱର: ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୩୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି କ୍ୱାରେଣ୍ଟାଇନ୍ରୁ ୭୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୫୪। ଏହାବ୍ୟତୀତ ରାଜ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ୧,୯୦୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି।
ଅନୁଗୋଳ ଜିଲ୍ଲାରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୬ , ବରଗଡ଼ରୁ ୩ , ଭଦ୍ରକରୁ ୧ , ବଲାଙ୍ଗିରରୁ ୩ , କଟକରୁ ୭, ଦେବଗଡ଼ରୁ ୩ , ଗଜପତିରୁ ୩, ଜଗତସିଂହପୁରରୁ ୪, ଯାଜପୁରରୁ ୩, ଝାରସୁଗୁଡ଼ାରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ କଳାହାଣ୍ଡିରୁ ୫ , କନ୍ଧମାଳରୁ ୧ , କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୨ , ଖୋର୍ଦ୍ଧାରୁ ୪ , ମୟୂରଭଞ୍ଜରୁ ୬ , ନବରଙ୍ଗପୁରରୁ ୩ , ରାୟଗଡ଼ାରୁ ୧, ନୂଆପଡ଼ାରୁ , ପୁରୀରୁ ୭ , ସମ୍ବଲପୁରରୁ ୧୪ ଓ ସୋନପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଷ୍ଟେଟ ପୁଲ୍ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।