ରାଜ୍ୟରେ ଆଉ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ ।
ରାଜ୍ୟରେ ଆଉ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ ।
admin
Jun 29, 2020 - 05:29
Updated: Jun 29, 2020 - 05:29
ରାଜ୍ୟରେ ଆଉ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧୪ ଜଣ କ୍ୱାରେଂଟାଇନରେ ଥିବାବେଳେ ୩୧ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ରେ ପହଁଚିଥିବାବେଳେ ୪୭୪୩ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୨୦୮୬ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଯାବତ ରାଜ୍ୟରେ ୨୬୦୪୨୮ ଟେଷ୍ଟ ହୋଇଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବାଲେଶ୍ୱରରେ ୨, ବରଗଡ଼ରେ ୧୦, ଭଦ୍ରକରେ ୨, କଟକରେ ୭, ଢେଙ୍କାନାଳରେ ୩, ଗଜପତିରେ ୭, ଗଞ୍ଜାମରେ ୯୬, ଜଗତସିଂହପୁରରେ ୯, ଯାଜପୁରରେ ୪୦, ଝାରସୁଗୁଡ଼ାରେ ୧, କେନ୍ଦ୍ରାପଡ଼ାରେ ୮, କେନ୍ଦୁଝରରେ ୭, ଖୋର୍ଦ୍ଧାରେ ୨୮, ମୟୂରଭଞ୍ଜରେ ୫, ନବରଙ୍ଗପୁରରେ ୭, ନୟାଗଡ଼ରେ ୩, ରାୟଗଡ଼ାରେ ୧, ସୋନପୁରରେ ୧, ସୁନ୍ଦରଗଡ଼ରେ ୬ ଓ ଏନଡ଼ିଆରଏଫ/ଓଡ୍ରାଫର ୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୮୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୦୮୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୭୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୨୧ ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।